ନୂଆପଡା ଜ଼ିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ୬୬. ୪୮% ହାର ମତଦାନ

May 14, 2024 - 11:58
 0  19
ନୂଆପଡା ଜ଼ିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ୬୬. ୪୮% ହାର ମତଦାନ

ନୂଆପଡ଼ା : ନୂଆପଡା ଜିଲ୍ଲାର ୨ଟି ବିଧାନସଭା ଆସନରେ ସମସ୍ତ ବୁଥରେ ଶାନ୍ତିଶ୍ରୁଙ୍ଖଳାର ସହ ମତଦାନ ସଂପନ୍ନ ହୋଇଛି । ନୂଆପଡ଼ାରେ ୬୬.୨୨ ପ୍ରତିଶତ ଓ ଖଡ଼ିଆଳ ଆସନରେ ୬୬.୪୮ ମତଦାନ ହାର ରହିଛି l ନୂଆପଡ଼ା ବିଧାନସଭା କ୍ଷେତ୍ର ନୂଆପଡ଼ା ବ୍ଲକ୍‌ର ୧୬୬ ବୁଥରେ ମୋଟ୍ ୧ ଲକ୍ଷ ୩୨ ହଜାର ୪୪୪ ଭୋଟର୍ ରହିଥିବା ବେଳେ ୮୭ ହଜାର ୭୪୧ ଭୋଟର ମତଦାନ କରିଛନ୍ତି। ସେଥିମଧ୍ୟରୁ ୪୧ ହଜାର ୨୧୮ ପୁରୁଷ, ୪୬ ହଜାର ୫୨୨ ମହିଳା ମତଦାନ କରିଛନ୍ତି । ସେହିପରି କୋମନା ବ୍ଲକ୍‌ରେ ୧୩୫ଟି ବୁଥ୍ କରାଯାଇଥିଲା । ମୋଟ୍ ୧ଲକ୍ଷ ୧୦ ହଜାର ୮୪୩ ଭୋଟରେ ମଧ୍ୟରୁ ୭୩ ହଜାର ୩୫୯ ଭୋଟର ମତଦାନ କରିଛନ୍ତି । ସେଥିମଧ୍ୟରୁ ୩୩ ହଜାର ୮୫୦ ପୁରୁଷ, ୩୯ ହଜାର ୫୧୯ ମହିଳା ରହିଛନ୍ତି । ଅର୍ଥାତ୍‌ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ୍ ୩୦୨ ବୁଥରେ ୨ ଲକ୍ଷ ୪୩ ହଜାର ୨୮୭ ଭୋଟରେ ମଧ୍ୟରୁ ୧ଲକ୍ଷ ୬୧ ହଜାର ୧୧୦ ଭୋଟ୍ ଭୋଟର ମତଦାନ କରିଛନ୍ତି l ସେହିପରି ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ୩ ଗୋଟି ବ୍ଲକ ରହିଥିବାବେଳେ ବୋଡେନ ବ୍ଲକ୍‌ରେ ୨୮ ବୁଥରେ ୬୪ ହଜାର ୮୫୧ ଭୋଟର୍‌ ରହିଥିବାବେଳେ ୪୪ ହଜାର ୫୭୭ ଭୋଟର୍ ମତଦାନ କରିଛନ୍ତି । ସେଥିମଧ୍ୟରୁ ୨୦ ହଜାର ୫୦୫ ପୁରୁଷ ଏବଂ ୨୪ ହଜାର ୭୨ ଜଣ ମହିଳା ମତଦାନ କରିଛନ୍ତି l ଖଡ଼ିଆଳ ବ୍ଲକ୍‌ର ୧୧୮ ବୁଥରେ ୯୯ ହଜାର ୭୧୩ ଭୋଟର୍‌ ମଧ୍ୟରୁ ୬୩ ହଜାର ୮୧୭ ଭୋଟର୍ ମତଦାନ କରିଛନ୍ତି । ତା' ମଧ୍ୟରୁ ୨୯ ହଜାର ୬ ଜଣ ପୁରୁଷ, ୩୪ ହଜାର ୮୧୦ ମହିଳା ଭୋଟର ମତଦାନ କରିଥିବାବେଳେ ସିନାପାଲି ବ୍ଲକ୍‌ର ୧୦୬ ବୁଥରେ ୮୮ ହଜାର ୪୫୯ ଭୋଟର୍ ରହିଥିବା ବେଳେ ୫୯ ହଜାର ୮୧୪ ମତଦାନ କରିଛନ୍ତି । ତା’ ମଧ୍ୟରୁ ୨୭ ହଜାର ୮୧୫ ପୁରୁଷ, ୩୧ ହଜାର ୯୯୮ ମହିଳା ରହିଛନ୍ତି l ଖଡ଼ିଆଳ ବିଧାନସଭାରେ ୩୦୨ଟି ବୁଥରେ ୨ ଲକ୍ଷ ୫୩ ହଜାର ୨୪ ଭୋଟର୍‌ ରହିଥିବା ବେଳେ ୧ ଲକ୍ଷ ୬୮ ହଜାର ୨୦୮ ଭୋଟର ମତଦାନ କରିଛନ୍ତି । ଜିଲ୍ଲାରେ ୨ଟି ବିଧାନସଭା କ୍ଷେତ୍ରର ୬୦୪ଟି ବୁଥରେ '୪' ଲକ୍ଷ ୯୬ ହଜାର ୩୧୧ ଭୋଟର୍ ମଧ୍ୟରୁ ୩ ଲକ୍ଷ ୨୯ ହଜାର ୩୧୮ ଜଣ ଭୋଟର ମତଦାନ କରିଛନ୍ତି l ସେଥିମଧ୍ୟରୁ ୧ ଲକ୍ଷ ୫୨ ହଜାର ୩୯୪ ପୁରୁଷ, ୧ ଲକ୍ଷ ୭୬ ହଜାର ୯୨୧ ମହିଳା ଭୋଟ ଦାନ କରିଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ