।। ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଂଘ ତରଫରୁ ନୂଆଖାଇ ଭେଟ ଘାଟ ସିନାପାଲି ବ୍ଲକ ବିଶ୍ରାମ ଗୃହ ପରିସରରେ ଅନୁଷ୍ଠିତ l

Oct 22, 2023 - 13:50
 0  19
।। ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଂଘ ତରଫରୁ ନୂଆଖାଇ ଭେଟ ଘାଟ ସିନାପାଲି ବ୍ଲକ ବିଶ୍ରାମ ଗୃହ ପରିସରରେ ଅନୁଷ୍ଠିତ l

ନୂଆପଡା :(କୋରାପୁଟ ପ୍ରଥମ ଖବର ) ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଂଘ ନୂଆଖାଇ ଭେଟ ଘାଟ ଏବଂ ସାଧାରଣ ବୈଠକ ସିନାପାଲି ବ୍ଲକ ବିଶ୍ରାମ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ସଙ୍ଘ ସଭାପତି ସୁରେଶ ଆଚରୀ ସଭାପତିତ୍ୱ କରିଥିବାବେଳେ ସାମ୍ବାଦିକ ଦେବାନନ୍ଦ ତାଣ୍ଡି ବିବରଣୀ ପାଠ କରିଥିଲେ l ଏହି ଅବସର ରେ ଗତ 1 ଏବଂ 2 ତାରିଖ ଦିନ ଜଗସିଂହପୁର ଠାରେ ହୋଇଥିବା ଜଗତସିଂହପୁର ଓ ଉତ୍କଳ ସାମ୍ବାଦିକ ସଙ୍ଘର ବୈଠକରେ ସାମ୍ବାଦିକ ମାନଙ୍କ ସମସ୍ୟା, ଅଧିକାର, ସୁରକ୍ଷ୍l ଉପରେ ହୋଇଥିବା ଆଲୋଚନା କୁ ପୁଙ୍ଖନୁପୁଙ୍ଖ ଭାବରେ ସଙ୍ଘ ର ସଦସ୍ୟ ମାନଙ୍କୁ ଅବଗତ କରାଯାଇଥିଲା l ଏହି ସଂଘ ଜ଼ିଲ୍ଲାର ପୁରାତନ ସଙ୍ଘ ଜ଼ିଲ୍ଲା ନୁହେଁ ରାଜ୍ୟର ତାର ସ୍ୱତନ୍ତ୍ରତା ରହିଛି ଓ ଏହି ସଂଘକୁ ଆହୁରି ସଦୃଡ କରି ଏକ ଶକ୍ତିଶାଳୀ ସଂଘ ରୂପେ ଗଡ଼ିବା ପାଇଁ ସମସ୍ଥ ସାମ୍ବାଦିକ ସଂକଲ୍ପ ନେଇ ଆଗାମୀ ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ବାର୍ଷିକ ଉତ୍ସବ ଉପରେ ସଙ୍ଘ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି l ନିର୍ଭିକ ନିରପେକ୍ଷ ସାମ୍ବାଦିକତା କରିବା ସହିତ ସାମ୍ବାଦିକ ଏକତା ବଜାୟ ରଖି ସଙ୍ଘକୁ ଆଗେଇନେବା ପାଇଁ ସମସ୍ଥଙ୍କୁ ଏକ ଜୁଟ ହେବା ଜରୁରୀ ବୋଲି ସଂଘର ବରିଷ୍ଠ ସଦସ୍ୟ ବିଶ୍ୱଜିତ ପାଡୀ କହିଥିଲେ l ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ଉତ୍କଳ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ସହ ରାଜ୍ୟର ସମସ୍ତ ଜ଼ିଲ୍ଲାର ସଦସ୍ୟ ଯୋଗଦେବା ର କାର୍ଯ୍ୟକ୍ରମ ରହିଥିବାବେଳେ ସେମାନଙ୍କୁ ଜ଼ିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ କୁ ସ୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା l ଶେଷରେ ନୂଆଖାଇ ଭେଟଘାଟ ଓ ସାଧାରଣ ବୈଠକରେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିଥିବା ରୁ ସତୀଶ ଯୋଶୀ, ହେରମ୍ଭ ମେହେର ଓ ଧର୍ମେନ୍ଦ୍ର ପୁରହିତଙ୍କୁ ବରିଷ୍ଠ ସଦସ୍ୟ ମାନେ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ସଂଘର ବରିଷ୍ଠ ସଦସ୍ୟ ତଥା କୋଷାଧକ୍ଷ ପ୍ରିତ ପ୍ରଧାନ, ଲୋକନାଥ ମହାପାତ୍ର, ସୁରେନ୍ଦ୍ର ତିୱାରୀ, କେନ୍ଦ୍ର କାର୍ଯ୍ୟକାରିଣୀ ଦୀପକ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ସଗରିୟା, ଖଡ଼ିଆଳ ବ୍ଲକ ସାମ୍ବାଦିକ ଶମ୍ଭୁ କୁମାର ସରାଫ, ରିତେଶ ରାଠୋଡ଼, ବିଶ୍ୱନାଥ ସାମଲ, ମୁନ୍ନା ଠାକୁର, ବିଷୁ ବନଛୋର, ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ