ନୂଆପଡ଼ାରେ କ୍ରୀଡା ପ୍ରତିଭା ଚୟନ ନିମିତ୍ତ କ୍ରୀଡା ଶିକ୍ଷକ ମାନଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Feb 26, 2026 - 20:40
 0  2
ନୂଆପଡ଼ାରେ କ୍ରୀଡା ପ୍ରତିଭା ଚୟନ ନିମିତ୍ତ କ୍ରୀଡା ଶିକ୍ଷକ ମାନଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୂଆପଡ଼ା ପୋଲିସ ପଡିଆ ସ୍ଥିତ ଇନଡୋର ଷ୍ଟାଡିୟମ୍ ଠାରେ ୨୦୨୬ ବର୍ଷ ପାଇଁ ହେବାକୁ ଥିବା କ୍ରୀଡା ପ୍ରତିଭା ଚୟନ ନିମନ୍ତେ କ୍ରୀଡା ଶିକ୍ଷକ ମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି ।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଏହି ଶିବିରର ଆୟୋଜନ କରିଥିଲେ I ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶାଳୟ ଦ୍ବାରା ଆୟୋଜିତ ମାଷ୍ଟର୍ସ ପ୍ରଶିକ୍ଷକ ଶିବିରରେ ନୂଆପଡ଼ା ଜିଲ୍ଲାର କ୍ରୀଡ଼ା ଶିକ୍ଷକ ମହତାବ ଆଡଯୁଆଡ, କ୍ରୀଡା ଶିକ୍ଷକ ମାଗୁରପାଣି ଉଚ୍ଚ ବିଦ୍ୟାଳୟ ଓ ସରୋଜ କୁମାର ପ୍ରଧାନ, କ୍ରୀଡା ଶିକ୍ଷକ ବାଞ୍ଜିବାହାଲ ଉଚ୍ଚ ବିଦ୍ୟାଳୟ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ଆଜି ଅନ୍ୟ କ୍ରୀଡା ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ଖେଳ ଶିକ୍ଷକ ମୋହ‌ନ କୁମାର ମହନ୍ତ, ପି ଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡା, ଶୋଭିତ କୁମାର ଭୋଇ, ତରବୋଡ ଉଚ୍ଚ ବିଦ୍ୟାଳୟ, ଶୋଭାରାମ ରାଉତ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼, ବିରେନ୍ଦ୍ର ବାଗ, ସରକାରୀ ଉଚ୍ଚ ବିଦ୍ୟାଳୟ, ତୁକଲା, ଧନଞ୍ଜୟ ଦଣ୍ଡସେନା, ନେହେନା ଉଚ୍ଚ ବିଦ୍ୟାଳୟ, ଦୋଳମଣି ନିଆଲ, ନାଗପଡ଼ା ଉଚ୍ଚ ବିଦ୍ୟାଳୟ, ଭରତ ପ୍ରଧାନ, ମହୁଲଭଟା ଉଚ୍ଚ ବିଦ୍ୟାଳୟ, କୁମାରୀ କୌଶଲ୍ୟା ମାଝୀ, ଯେ ଏମ ଉଚ୍ଚ ବିଦ୍ୟାଳୟ କୋମନା, ଏମ କୁମାର ଖରସେଲ, ଏମ ଡି.ସି ନୂଆପଡ଼ା, ରାକେଶ କୁମାର ଦଳାଇ, ଓ ଏ ଭି ନେଗିପାଲି, ଶ୍ୟାମ ଧରୁଆ, ଶାଳାଙ୍ଗିପଦର ଉଚ୍ଚ ବିଦ୍ୟାଳୟ ଓ ଦେବବ୍ରତ ସାହୁ, କବାଡି ପ୍ରଶିକ୍ଷକ ଖେଲୋ ଇଣ୍ଡିଆ ପ୍ରମୁଖ ପ୍ରଶିକ୍ଷଣ ନେଇଥିଲେ। ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଖେଳକୁଦ, ଫୁଟବଲ, ଓ ଭଲିବଲ ଖେଳରେ ନୂଆପଡ଼ା ଜିଲ୍ଲାରେ ଚୟନ ପ୍ରକ୍ରିୟା କ୍ରୀଡ଼ା ନିର୍ଦ୍ଦେଶାଳୟର ଆଦେଶ ଅନୁସାରେ ଆୟୋଜିତ ହେବ l ଅନ୍ୟ ସମସ୍ତ ଖେଳର ଚୟନ ପ୍ରକ୍ରିୟା ଅନ୍ୟ ଜିଲ୍ଲା ମାନଙ୍କରେ ଅନୁଷ୍ଠିତ ହେବା ନିମନ୍ତେ ନିଷ୍ପତି ହୋଇଅଛି। ଅନଲାଇନରେ ପଞ୍ଜୀକରଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହୋଇ ରହିବା ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଅନୁରୋଧ କରିଛନ୍ତି। ଶେଷରେ ଜିଲ୍ଲା କ୍ରୀଡା ଅଧୀକାରୀ ଜିଲ୍ଲାପାଳ, ନୂଆପଡା, ଜିଲ୍ଲା ଶିକ୍ଷା ଅଧିକାରୀ, ନୂଆପଡ଼ା, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ, ନୂଆପଡ଼ା ଓ ସମସ୍ତ ଖେଳ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ