ନୂଆପଡ଼ାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Feb 13, 2026 - 21:41
 0  1
ନୂଆପଡ଼ାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଏବର୍ଷ ସମସ୍ତ ଗ୍ରାମ , ପଞ୍ଚାୟତ , ବ୍ଲକ୍ ଓ ଏନ୍ ଏ ସି ସ୍ତରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ - ଜିଲ୍ଲାପାଳ l ନୂଆପଡା ଜିଲ୍ଲା ସଶକ୍ତିକରଣ କେନ୍ଦ୍ର ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ନୂଆପଡ଼ା ଆନୁକୂଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପାଳନ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍‌. ଗୀତା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ରଖିଥିଲେ। ଜିଲ୍ଲାପାଳ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଓ ମହିଳାଙ୍କ ଅଧିକାର ସୁରକ୍ଷାରେ ପ୍ରଶାସନ ଓ ସମାଜର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏବର୍ଷ ପ୍ରଥମଥର ପାଇଁ ସମସ୍ତ ଆଶା , ଅଙ୍ଗନୱାଡ଼ି କର୍ମୀ, ଗ୍ରାମ୍ୟ ସ୍ତର କର୍ମଚାରୀ ,ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ସାମିଲ କରି ସମସ୍ତ ଗ୍ରାମ , ପଞ୍ଚାୟତ , ବ୍ଲକ୍ ଓ ଏନ୍ ଏ ସି ସ୍ତରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାସହ ଜିଲ୍ଲାସ୍ତରରେ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ସାମାଜିକ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ଚୟନ କରି ଆସନ୍ତା ୮ ମାର୍ଚ୍ଚ ତାରିଖରେ ଜିଲ୍ଲା ସ୍ତରୀୟ ସମାରୋହରେ ସେମାନଙ୍କୁ ସମ୍ମାନିତ କରିବାକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମହିଳାମାନଙ୍କ ମଧ୍ୟରେ କ୍ରୀଡ଼ାସଚେତନା ବୃଦ୍ଧି ପାଇଁ ମହିଳା ଡବଲ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରିବାକୁ ଜିଲ୍ଲାପାଳ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମିଶନ ଶକ୍ତି ବିଭାଗ ପକ୍ଷରୁ ସମସ୍ତ ଏସଏଚଜି ମହିଳାମାନଙ୍କୁ ସମ୍ମିଳିତ କରି ୱାର୍ଡ ଓ ଗ୍ରାମ ପଞ୍ଚାୟତ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଓ ଏନଏସି ଅଞ୍ଚଳର ସମସ୍ତ ୱାର୍ଡରେ ଏହିପରି କାର୍ଯ୍ୟକ୍ରମ କରାଯିବାକୁ ଏନଏସି ନିର୍ବାହୀ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା। କର୍ମଶାଳାରେ ଜେନେରାଲ ମ୍ୟାନେଜର, ଡିଆଇସି ସମୀର ମୁଦୁଲି , ଜିଲ୍ଲା ସଂଯୋଜକ, ମିଶନ ଶକ୍ତି ସୁନିଲ କୁମାର ମଲ୍ଲିକ, ଏଲଡିଏମ୍ ହରିଶଙ୍କର ନିଆଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ପୂର୍ବତନ ଏଲଡିଏମ୍ ସୀତାରାମ ମେହେର ଓ ୟାର ଏନଜିଓ ସଚିବ ମହେନ୍ଦ୍ର ଯୋଶୀ ପ୍ରମୁଖ ଯୋଗଦେଇଥିଲେ। ସେମାନେ ମହିଳା ଓ କନ୍ୟାମାନଙ୍କ ଅଧିକାର, ଡିଜିଟାଲ କୌଶଳ, ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବଜାର ସୁଯୋଗ, ଆର୍ଥିକ ସାକ୍ଷରତା ଓ ଅନ୍ତର୍ଜାତୀୟ ମହିଳା ଦିବସର ଗୁରୁତ୍ୱ ସମ୍ପର୍କରେ ଅଂଶଗ୍ରହଣ କାରୀମାନଙ୍କୁ ଅବଗତ କରାଇଥିଲେ।ଏହି କର୍ମଶାଳାରେ ବିଭିନ୍ନ ଏନଜିଓର ପ୍ରତିନିଧି, ପ୍ରୋଟେକ୍ସନ ଅଫିସର, ଏନଏସି କମ୍ୟୁନିଟି ଅର୍ଗାନାଇଜର, ବିଭିନ୍ନ ଏସଏଚଜିର ସଦସ୍ୟାମାନେ ଓ ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡରମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ମିଶନ ସଂଯୋଜକ ଆଶିଷ ରଞ୍ଜନ ଖମାରୀ, ନାରଦ ଛତର, ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରମାକାନ୍ତ ସେଠୀ, ଦେଶରାମ ହରିଜନ, ରାକେଶ ନାଗ,ସୁମିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ସୁରକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଶୁକ୍ଲା ଧନ୍ୟବାଦ ଜ୍ଞାପନ କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ