।। ନିଶାନିବାରଣ ଓ ଅବୈଧ ପରିବହନ ଦିବସ ପାଳିତ ।।

ନୂଆପଡା- ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ନିଳାଦ୍ରୀ ବିହାର କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ତରୀୟ ନିଶାନିବାରଣ ଓ ଅବୈଧ ପରିବହନ ଦିବସ ପାଳିତ ହୋଇଯାଇଛି । ସକାଳ ପ୍ରାୟ ୬.୩୦ମି: ସମୟରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହରି ସହର ପରିକ୍ରମା କରି ଲୋକଙ୍କୁ ନିଶାନିବାରଣ ଓ ଅବୈଧ ପରିଚହନ ଉପରେ ସଚେତନ କରାଯାଇଥିଲା । ପରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମରମ ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡିଏମଓ ଲଳିତ କୁମାର ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇନ୍ଟପେକ୍ଟର ଅବକାରୀ ଶୁରେଶ ଚନ୍ଦ୍ର ତାଣ୍ଡି, ଡିଏସଏସଓ କୋମନା ଅମିତ ମେହେର, ଡିଏସଏସଓ ନୂଆପଡା ହରେକୃଷ୍ଣ ନାଏକ, କୁମାର ମାଝୀ, ଡିଏସଏସଓ ଖରିଆର, ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟ, ଅଞ୍ଜଳି ଭଉଣୀ, ସ୍ମୃତିରେଖା ନନ୍ଦ ଏସଏସଏସଓ ନୂଆପଡା ପ୍ରମୁଖ ଉପସ୍ଥିତ ରହି ନିଶା ବ୍ୟବହାରର କୁ ପରିଣାମ ଉପରେ ଛାତ୍ର ଛାତ୍ରା, ଅବିଭାବକ, ବିଭିନ୍ନ ସଂସ୍ଥା ମାନଙ୍କରୁ ଆସିଥିବା କର୍ମକର୍ତା, ସାଧାରଣ ଲୋକଙ୍କୁ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇବା ସହ ନିଶା ଏକ ସାମାଜିକ ବ୍ୟାଧି ଏହାଠାରୁ ଦୁରେଇ ରହି ଏକ ଉଜ୍ଜ୍ଵଳ ଭବିଷ୍ୟତ ତିଆରି କରି ନିଜକୁ ଗଢି ତୋଲିବା ପାଇଁ ପରାମର୍ଶ ଜନିତ ସଚେତନତା ବାର୍ତା ପ୍ରଦାନ କରିବା ସହ ନିଶା ସେବନ କରି ଗାଡି, ଯାନବାହାନ ଚଲାଇବା ଦ୍ବାରା ବିଭିନ୍ନ ପ୍ରକାର ଦୁର୍ଘଟଣା ମାନଙ୍କରେ ବହୁତ ଲୋକ ପ୍ରାଣ ହରାଉଥିବା ନଜରକୁ ଆସୁଛି । ଏଣୁ ଶିସାଶକ୍ତ ଅବସ୍ଥାରେ ଗାଡି ନଚଳାଇବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ନିଶାନିବାରଣ ଓ ଅବୈଧ ପରିବହନ ବିଷୟ ଉପରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ତିବେତ, କୁଇଜ, ଚିତ୍ରାଙ୍କନ ଓ ଏସେ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା ମାନଙ୍କରେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତିଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଡିବେଟ ପ୍ରତିଯୋଗୀତାରେ ତିଆଇଇଟି ନୂଆପଡା ର ଶୁସାନ୍ତ କୁମାର ସାହୁ ପ୍ରଥମ, ତିଆଇଇଟି ନୂଆପଡା ହିମାଦ୍ରୀ ଦୁରିଆ ଦ୍ବିତୀୟ, ତୃତୀୟ ତମରୁ ବାଗ ସରକାରୀ ବିଜ୍ଞାନ ସେକେଣ୍ଡାରୀ ବିଦ୍ୟାଳୟ ସେହିପରି ତିବେଟରେ ନ୍ୟାସନାଲ ସରକାରୀ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଛାତ୍ରୀ ଅନୀତା ପଟ୍ଟନାୟକ, ଦ୍ବିତୀୟ ନିଖିଳ କୁମାର ସାହୁ କଣାଭଇଁରା ହାଇସ୍କୁଲ ତାନୱlଟ, ତୃତୀୟ ପ୍ରତ୍ୟସା ମହାପାତ୍ର ନ୍ୟାସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆପଡା । ସେହି ପରି ଏସେ ପ୍ରତିଯୋଗୀତାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଶୁଭଶ୍ରୀ ପ୍ରିୟଦର୍ଶୀ ଦ୍ବିତୀୟ ଖୋବିରାମ ଶବର ସରକାରି ଭୋକେସ୍ନାଲ କଲେଜ ନୂଆପଡା, ନିଲମ ରଣା ସରକାର। ଭୋଜସ୍ନାଲ କଲେଜ ନୂଆପଡା । ସେହିପରି ଏସେ ପ୍ରତିଯୋଗୀତାରେ ଜୁବଲିମୟୀ ରାଉତ ନ୍ୟାସନାଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂଆପଡା ପ୍ରଥମ, ଦ୍ଵିତୀୟରେ ସୋନାଲ ଜାଲ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଖରିଆରୋତ, ପ୍ରିୟଙ୍କା ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ମାଗୁରପାଣି ତୃତୀୟ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗୀତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆପତାର ପ୍ରିତୀ ସୁନ୍ଦର ସାହୁ ଦ୍ବିତୀୟ, ତୋମେଶ୍ବରୀ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ମାଗୁରପାଣି, ସରକାରୀ ପ୍ରାଥମିକ ବିଦ୍ୟାଳୟ ଝାଞ୍ଜିମୁଣ୍ଡାର ଚନ୍ଦନ ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଚିତ୍ରାଙ୍କନ ପ୍ରତିଯୋଗୀତାରେ ସେତରାମ ମାଝୀ ସରକାର ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ସରକାରୀ ଉକ୍ତ ବାଳିକା ବିଦ୍ୟାଳୟର ତିମ୍ପିଲ ହଂସ ଦ୍ଵିତୀୟ ଓ ନ୍ୟାସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆପଡାର ଗୁଞ୍ଜନ ଦଣ୍ଡସେନା ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଜିଲ୍ଲାପରିଷଦର ବରିଷ୍ଠ ସହାୟକ ବିଭୁଦତ ମିଶ୍ର ମଂଚ ପରିଚାଳନ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ସହାୟକ ରୋହିତ କୁମାର ରଣା ଙ୍କ ସହିତ ମନୋଜ ବିଶି, ଲକ୍ଷ୍ମଣ ଦଣ୍ଡସେନା, ସାଗୁପ୍ତl ପରବିନ ପ୍ରମୁଖ ସହଯୋଗ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






