।। ନାବାଳିକା ବଳାତ୍କାର ମାମଲା ଦୋଷୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ହଜାର ଟଙ୍କା ଜରିମାନା ।।

Oct 22, 2023 - 15:33
 0  181
।। ନାବାଳିକା ବଳାତ୍କାର ମାମଲା ଦୋଷୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ହଜାର ଟଙ୍କା ଜରିମାନା ।।

ମୁନିଗୁଡ଼ା - ରାୟଗଡ଼ାଜିଲ୍ଲା:ନ୍ୟିୟୁଜ୍ ନାବାଳିକା ବଳାତ୍କାର ମାମଲାର ବିଚାରଣା କରି ପକ୍ସୋ ଆଇନ ବଳରେ ଜଣେ ଦୋଷୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିମାନା ରାୟ ପ୍ରକାଶ ପାଇଛି ।ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ବ୍ଲକ ଜେକେପୁର ଅଂଚଳର ଭଗବାନ ପଣ୍ଡା ନାମକ ଜଣେ ବ୍ୟକ୍ତି ୨୦୨୧ ମସିହାରେ ଜଣେ ୧୪ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର କରିଥିଲେ । ଏନେଇ ପୀଡ଼ିତାଙ୍କ ମାଆ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତି କରି ୮୫/୨୧ରେ ମାମଲା ରୁଜୁ କରି ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହିତ ୩୩ଜଣଙ୍କ ସାକ୍ଷ୍ୟ ପ୍ରମାଣ ନେଇଥିଲେ । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଓ ପୀଡ଼ିତାଙ୍କ ବୟାନ ଅନୁସାରେ ପୀଡ଼ିତା ଭଗବାନ ପଣ୍ଡାଙ୍କ ରାସନ ଦୋକାନକୁ ସାମଗ୍ରୀ କିଣିବାକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ନାବାଳିକା ଜଣଙ୍କୁ ବାଥରୁମ୍‌ରେ ବଳାତ୍କାର କରିଥିଲେ । ତେବେ ଏହି ଘଟଣାରେ ରାୟଗଡ଼ା ପକସୋ କୋର୍ଟରେ ୧୯ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଭିତି କରି ପକସୋ କୋର୍ଟ ସ୍ୱତନ୍ତ୍ର ଜର୍ଜ ସୋନାଲି ପଟନାୟକ ଗୁରୁବାର ରାୟ ପ୍ରକାଶ କରିଛନ୍ତି । ସେକ୍ସନ୪/୨, ପକସୋ ଆକ୍ଟ, ୩୭୬(୩) ଏବଂ ୫୦୬ ଆଇପିସି ଧାରା ଅନୁସାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ଜର୍ଜ । ଏହି ରାୟ ପ୍ରକାଶ ପାଇବା ପରେ ଦୋଷୀଙ୍କୁ ଜେଲ ପଠାଇଦିଆଯାଇଛି । ଏହି ମାମଲାରେ ସରକାରୀ ଓକିଲ ଭାବେ ବିରଜା ପ୍ରସାଦ ପାତ୍ର ମାମଲା ଲଢ଼ୁଥିଲେ । ଏହି ଦଣ୍ଡାଦେଶ ଯୋଗୁଁ ଜଣେ ନାବାଳିକାଙ୍କୁ ନ୍ୟାୟ ମିଳିଛି ଏବଂ ଆଗାମୀ ଦିନରେ ଏଭଳି ଜଘନ୍ୟ କାଣ୍ଡ ରୋକିବାରେ ଏହି ରାୟ ସହାୟକ ହେବ ବୋଲି ଆଇନଜୀବୀ ବିରଜା ପାତ୍ର କହିଛନ୍ତି ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ