।। ନାଚ ଗୀତରେ ଦୁଲକିଗଲା ମଞ୍ଚ ଏ ,ଇ, ଏସ,ମହାବିଦ୍ୟାଳୟ ।।

Dec 10, 2023 - 20:21
Dec 10, 2023 - 20:35
 0  32
।। ନାଚ ଗୀତରେ ଦୁଲକିଗଲା ମଞ୍ଚ   ଏ ,ଇ, ଏସ,ମହାବିଦ୍ୟାଳୟ ।।

ସୁବର୍ଣ୍ଣ ପୂର୍ ଜିଲ୍ଲା ତରଭା : ଓଡ଼ିଶା ସରକାରଙ୍କ ନୂଆଁ - ଓ ପ୍ରୋଗ୍ରାମ ଅନୁଯାୟୀ ଏ.ଇ.ଏସ ମହାବିଦ୍ୟାଳୟରେ ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବେଶ ଆକର୍ଷଣୀୟ ହୋଇଥିଲା ଛାତ୍ରଛାତ୍ରୀମାନଙ୍କଦ୍ବାରା ପରିବେଷିତ ବିଶ୍ବ ପ୍ରସିଦ୍ଧ " କଂସ ଦରବାର "। କଂସ ମହାରାଜ ରଙ୍ଗ ସଭାରେ ପ୍ରତିଯୋଗୀମାନଙ୍କୁ ନର୍ତ୍ତକ, ନର୍ତ୍ତକୀରୂପେ ନଚେଇ ଥିଲେ ଆଉ ବିଚାରକମାନେ ବିଚାର କରିଥିଲେ ।ଅପରାହ୍ନରେ ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଅନୁରୋଧକ୍ରମେ ବିଶିଷ୍ଟ ପ୍ରବଚିକା ସୁଶ୍ରୀ ରଚନା ତ୍ରିପାଠୀ ତୁଳସୀ ରାମାୟଣ ପାରାୟଣ ପରିବେଷଣ କରିଥିଲେ। ଏହି ଉତ୍ସବକୁ ଜିଲ୍ଲା ନୋଡାଲ ଅଫିସର ପ୍ରଧ୍ୟାପକ ସୌରଭ ରଞ୍ଜନ ଖମାରୀ ଉଦ୍ଘାଟନ କରିଥିଲେ । ସେହିପରି ଦ୍ଵିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ ତଥା ଯୁବବର୍ଗର ମନୋରଞ୍ଜନ ଉଦ୍ଦେଶ୍ୟରେ ଶାଶ୍ବତ ତ୍ରିପାଠୀ ଓ ଦଳ ଅର୍କେଷ୍ଟ୍ରା ପରିବେଷଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଲୀଲା ଦଣ୍ଡର କେଡ଼େ ସୁନ୍ଦର ଦିଶେ ଘର ଦୁଆର ଗୀତରେ ମଞ୍ଚ ଦୁଲକି ଯାଇଥିଲା। ଦୀର୍ଘ ଚାରି ଘଣ୍ଟାର ମନୋରଞ୍ଜନ ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟଭାବେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଅଧ୍ୟକ୍ଷା ସୁଶ୍ରୀ ମିନତୀ ମିଶ୍ର ବିଶିଷ୍ଟ ସଙ୍ଗୀତଜ୍ଞ ଓ ନିର୍ଦ୍ଦେଶକ ଶାଶ୍ବତ ତ୍ରିପାଠୀଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।କଂସ ଦରବାର ଏବଂ ଅର୍କେଷ୍ଟ୍ରାକୁ ଅଧ୍ୟକ୍ଷା ସୁଶ୍ରୀ ମିନତୀ ମିଶ୍ର ଉଦ୍ଘାଟନ କରିଥିଲେ । ନୋଡାଲ ଅଫିସର ପ୍ରଫେସର ଶିବରାମ ମେହେର ତଥା ସାଂସ୍କୃତିକ ଅଧିକାରୀ ପ୍ରଫେସର ଡ଼ଃ ସରୋଜିନୀ ପଧାନ ଓ ପ୍ରଫେସର ବିନତୀ ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଶିକ୍ଷକ,ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରଛାତ୍ରୀ ସହଯୋଗ କରିଥିଲେ।କେଡ଼େ ସୁନ୍ଦର ଦିଶେ ଘର ଦୁଆର ଗୀତରେ ଦୁଲକିଗଲା ମଞ୍ଚ ।

 ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ