ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ପାଳନ

Dec 4, 2024 - 04:32
 0  35
ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪  ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୩.୧୨.୨୦୨୪: ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ -୨୦୨୪ ପାଳନ ହୋଇଯାଇଛି ! ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯୋଗ ଦେଇ ଭିନ୍ନକ୍ଷମ ଆଜି ଅକ୍ଷମ ନୁହନ୍ତି ବରଂ ବହୁ ଗୁଣରେ ବିଭିନ୍ନ କ୍ଷେତ୍ରରେ ସକ୍ଷମ ବୋଲି କହିଥିଲେ ! ଅନ୍ୟତମ ସମ୍ମାନୀୟ ଅତିଥି ରୂପରେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଅତିରିକ୍ତ ପୋଲିସ ଅଧିକାରୀ ବଟକୃଷ୍ଣ ମିଶ୍ର,ନବରଙ୍ଗପୁର ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ସମରେଶ ମହାନ୍ତି, ଜିଲ୍ଲା ଭିନ୍ନକ୍ଷମ ସଂଘ ସଂପାଦକ ସୁଜିତ୍ ରଥ,ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ବିଭୁଦତ୍ତ ସେଠୀ ସହିତ ଅତୀତ ରେ ଥିବା ଜିଲ୍ଲାର ସମସ୍ତ ଅବସରପ୍ରାପ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସହିତ ବର୍ତ୍ତମାନ କାର୍ଯ୍ୟରତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ ! ମାଁ ଭଣ୍ଡାର ଘରଣୀ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭିନ୍ନକ୍ଷମ ମାନଙ୍କ ସଚେତନ ବାର୍ତ୍ତା ଦେଇ ସାଇ କଲ୍ୟାଣମଣ୍ଡପ ଠାରେ ପହଞ୍ଚିଥିଲେ ! ଉକ୍ତ ଶୋଭାଯାତ୍ରା କୁ ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଓ ଡି ଏସ ଏସ ଓ ସୁଧାଂଶୁ ପାତ୍ର ପତାକା ଦେଖାଇ ଶୁଭାରମ୍ବ କରିଥିଲେ ! ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଗୀତି ,ନାଚ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ପୂର୍ବରୁ ବ୍ଲକ୍ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହିତ ଆର୍ଥିକ ପ୍ରୋତ୍ସାହନ ଦିଆ ଯାଇଥିଲା ! ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଫିସ ରୁ ସମସ୍ତ କର୍ମଚାରୀ ସହିତ ବିଭିନ୍ନ ଅନୁଷ୍ଠାନ ତଥା ଆଶା କିରଣ ,, ନବରଙ୍ଗପୁର,ମାଁ ବସ୍ତ୍ରାଣି ସ୍ଵତନ୍ତ୍ର ବିଦ୍ୟାଳୟ ଉମରକୋଟ ରୁ ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ! ସମସ୍ତ କାର୍ଯ୍ୟକ୍ରମ କୁ ଆଶା କିରଣ ବିଦ୍ୟାଳୟ ର ପ୍ରିନସିପାଲ ଶ୍ରୀ ଜଗନ୍ନାଥ ବେହେରା ପରିଚାଳନା କରିଥିଲେ ! ଶେଷରେ ପ୍ରାକ୍ତନ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନଗେନ୍ଦ୍ର ପଟନାୟକ ,ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ