ନବ ନିୟୋଜିତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ( ସ୍କିମାଟିକ) ମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Nov 4, 2024 - 18:52
 0  4
ନବ ନିୟୋଜିତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ( ସ୍କିମାଟିକ) ମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ସଦର ବ୍ଲକରେ ନୂତନ ଭାବରେ ନିୟୋଜିତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ (ସ୍କିମାଟିକ) ମାନଙ୍କ ନିମନ୍ତେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ତାଲିମ ଏବଂ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହେମସାଗର ମହାନନ୍ଦ ଙ୍କ ଅଧ୍ୟକ୍ଷତା ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ଏହି ତାଲିମ ଓ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉତ୍କଳମଣୀ ଅଗସ୍ତି , ଚୈତ୍ରରାମ ନାଏକ , ଚନ୍ଦ୍ରକଳା ଜଗତ ପ୍ରମୁଖ ଯୋଗ ଦେଇଥିଲେ । ନୂଆପଡ଼ା ଶିକ୍ଷକ ସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ରହି ନବ ନିୟୋଜିତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ (ସ୍କିମାଟିକ) ମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଉନ୍ନତି ରେ ନିରବଚ୍ଛିନ୍ନ ପ୍ରୟାସ ପାଇଁ ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ନବନିୟୋଜିତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ସ୍ୱାଗତ କାର୍ଯକ୍ରମଟିକୁ ସଫଳ ଆୟୋଜନରେ ନୂଆପଡ଼ା ବ୍ଲକ ର ବରିଷ୍ଠ ଶିକ୍ଷକ ଅମିଲାଲ ଶବର, ଜିତେନ୍ଦ୍ର ଖମାରୀ, ଉପେନ୍ଦ୍ର ଷଡ଼ଙ୍ଗୀ, ସୁତିକ୍ଷ୍ଣ ଯୋଶୀ, କିଶୋର ପରିଡ଼ା, ସମୀର ବେହେରା, କିଶୋର ପ୍ରଧାନ ଓ ଅନ୍ୟାନ୍ୟ ସଂଘ କର୍ମକର୍ତ୍ତା, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ