ଦୁଇଦିନିଆ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ଉଦଯାପିତ
ବାରିପଦା - ତା :- ୨୨/୦୩/୨୦୨୬ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲଅପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଏନ ଏଫ ଡି ସି ର ସହଯୋଗରେ ଆୟୋଜିତ ୭ମ ବାର୍ଷିକ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ଉଦଯାପିତ ହୋଇଯାଇଛି I ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର ଭାବେ ଫାୟାର ଅନ ଏଜ (ଆସାମ), ୨ୟ ଶ୍ରେଷ୍ଠ ଭାବେ ଗୋଟ, ଫିସ, ସ୍ନେକ ସ୍ପେରୋ (ପଶ୍ଚିମବଙ୍ଗ), ୩ୟ ଶ୍ରେଷ୍ଠ ଭାବେ ଧୀରଜ କଶ୍ୟପ ମୋଲାଇ (ଆସାମ) ଓ ଦି ଆର୍ଟ ଅଫ ବାବଯୋଲା (ଓଡିଶା)କୁ ସ୍ୱତନ୍ତ୍ର ପୁରସ୍କାର ଏବଂ ସୁଜିତ ଦେବ ବର୍ମା (ଆସାମ) ଶ୍ରେଷ୍ଠ ନିର୍ଦ୍ଦେଶକ, ଫାଲ୍ଗୁନୀ ଭକ୍ତା (ପଶ୍ଚିମବଙ୍ଗ) ଶ୍ରେଷ୍ଠ ମହିଳା ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଲଘୁ ଚଳଚିତ୍ର ଭାବେ ପୁଇସେ ଦାରେ (ଓଡିଶା), ୨ୟ ଶ୍ରେଷ୍ଠ ଭାବେ କାଚିଚିଣ୍ଠୁ (ଆସାମ), ୩ୟ ଶ୍ରେଷ୍ଠ ଭାବେ ଦୁଵିଧା (ଓଡିଶା) ଓ ବ୍ରେକିଙ୍ଗ ବେରିୟାର (ଓଡିଶା) ଏବଂ ଶ୍ୟାମ ସୁନ୍ଦର ମୁର୍ମୁ (ଓଡିଶା) ଶ୍ରେଷ୍ଠ ଅଭିନେତା , ଖୁସି ଟୁଡୁ (ଓଡିଶା) ଶ୍ରେଷ୍ଠ ଅଭିନେତ୍ରୀ, କାହ୍ନୁ କିଓସ୍କ (ଓଡିଶା) ଶ୍ରେଷ୍ଠ ଶିଶୁ କଳାକାର, ରମେଶ କୁମାର ହେମ୍ବ୍ରମ (ଓଡିଶା) ଶ୍ରେଷ୍ଠ ନିର୍ଦ୍ଦେଶକ, ରାଜେଶ କୁମାର ମୁର୍ମୁ (ଓଡିଶା) ଶ୍ରେଷ୍ଠ ଏଡିଟର ଓ ସିନେମାଟୋଗ୍ରାଫର, ରାଜମୋହନ ସୋରେନ (ଓଡିଶା) ଙ୍କ ହେଣ୍ଡେ ସୋନା ଶ୍ରେଷ୍ଠ କାହାଣୀ, କାହ୍ନୁ ଟୁଡୁ (ଓଡିଶା) ଶ୍ରେଷ୍ଠ ଶବ୍ଦ ସଂଯୋଜକ ଭାବେ ପୁରସ୍କୃତ ହୋଇଛନ୍ତି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ମୁଖ୍ୟ ପୃଷ୍ଠପୋଷକ ସରୋଜିନୀ ହେମ୍ବ୍ରମ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପାୱାର ଫାଇନାନ୍ସ କର୍ପୋରେସନ ଲିମିଟେଡ଼ର ପୂର୍ବତନ ସି ଜି ଏମ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ସାନ୍ତାଳୀ ସିନେମା ପ୍ରଯୋଜକ ପୂର୍ଣ୍ଣିମା ଟୁଡୁ, ସାମାଜିକ କର୍ମୀ ଫୁଲମଣୀ ହେମ୍ବ୍ରମ, ବିଶିଷ୍ଟ ବ୍ୟବସାୟୀ ଦିଘୀ ମୁର୍ମୁ ମାର୍ଣ୍ଡି, ସି ଡି ପି ଓ ବିଟୁ ଟୁଡୁ, କାହ୍ନIଇ ଚରଣ ଟୁଡୁ, ଜୁରୀ ସଦସ୍ୟ ମାନସିଂ ମାଝୀ, ଡଃ ରାମଚନ୍ଦ୍ର ମୁର୍ମୁ, ଦୀପକ କୁମାର ସୋରେନ, କାନ୍ଦନ ମାଝୀ, ନିହାରିକା ସୋରେନ, ସ୍ନେହା ମୁଣ୍ଡାରୀ, କ୍ରିଷ୍ଣା ସୋରେନ ଓ ନିରଞ୍ଜନ କୁଜୁର ପ୍ରମୁଖ ଉପସ୍ଥିତ ଥିଲେ I ଫାଉଣ୍ଡେସନର ପ୍ରତିଷ୍ଠାତା ଦୀପକ କୁମାର ବେଶ୍ରା ଏହି ମହୋତ୍ସବର ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ଦ୍ଵିତୀୟ ଦିନରେ ୭ଟି ଲଘୁ ସିନେମା ଓ ୫ଟି ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ସୁମୀ ହାଁସଦା ବେଶ୍ରା, ସତ୍ୟନାରାୟଣ ହେମ୍ବ୍ରମ, ସୁମାଲି ମୁର୍ମୁ ହେମ୍ବ୍ରମ, ଅର୍ଜୁନ ସୋରେନ, ମିନତୀ ବାସ୍କେ, ପଦ୍ମାପ୍ରିୟା ସୋରେନ, ଡାଙ୍ଗି ସୋରେନ, ଲକ୍ଷ୍ମୀ ମୁର୍ମୁ, ଦେବାଶିଷ ପ୍ରତିହାରୀ ଓ ପାଲୁ ହେମ୍ବ୍ରମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0