।। ଦାବି ବିହୀନ ଗାଡି ଗୁଡିକ ନିଲାମ ହେବ ।।

Mar 25, 2023 - 16:04
 0  104
।। ଦାବି ବିହୀନ ଗାଡି ଗୁଡିକ ନିଲାମ ହେବ ।।

ପୁରୀ ୨୩/୩ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ଆଦେଶ ସଂଖ୍ୟା ୯ ତା ୨୩.୧୧.୨୨ ରିଖ ଅନୁସାରେ ପୁରୀ ଜିଲ୍ଲାର ଡେଲାଙ୍ଗ, କଣାସ,ପିପିଲି ଓ ସମୁଦ୍ରକୂଳ ଥାନା ମାନଙ୍କ ରେ ଥିବା ମୋଟ ୩୦ ଗୋଟି ଜବତ ଦାବି ବିହୀନ ଗାଡି ଗୁଡିକ ନିଲାମ ହେବ। ଏହା ଉପଜିଲ୍ଲାପାଳଙ୍କ ଆଦେଶ କ୍ରମେ ଜିଲ୍ଲା ନିଲାମ କମିଟି ଦ୍ଵାରା ସ୍ଥିରୀକୃତ କରାଯାଇଛି।ଏହି ଗାଡି ଗୁଡିକରେ ଯଦି କାହାର ମାଲିକାନା ଜାହିର କରିବାର ଥାଏ ତେବେ ସେମାନେ ସେହି ଗାଡିର ଅସଲି ଦସ୍ତାବିଜ, କାଗଜାତ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଚଳିତ ମାସ ୨୬ ତାରିଖ ମଧ୍ୟରେ ଦେଖାଇ ପାରିବେ।ଏହି ତାରିଖ ମଧ୍ୟରେ ମାଲିକାନା ପ୍ରମାଣିତ ହେଲେ ତାଙ୍କୁ ଗାଡିର ଜିମା ଦିଆଯିବ।ଏହି ତାରିଖ ପରେ ଦାବି ବିହୀନ ଗାଡି ଗୁଡିକୁ ଭାରତ ସରକାରଙ୍କ ଏମ ଏସ ଟି ସି ପୋର୍ଟାଲ ମାଧ୍ୟମରେ ନିଲାମ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ