।। ଦଳିତ ସଚେତନ ସଂଗଠନ ର ବୈଠକ ଅନୁଷ୍ଠିତ ।।

Jun 19, 2023 - 12:04
 0  63
।। ଦଳିତ ସଚେତନ ସଂଗଠନ ର ବୈଠକ ଅନୁଷ୍ଠିତ ।।

ଥୁଆମୂଳ ରାମପୁର୧୮/୦୬(କୋରାପୁଟ ପ୍ରଥମ ଖବର)ସମ୍ବିଧାନ ପ୍ରଣେତା ଡ ଭୀମ ରାଓ ଆମ୍ବେଦକର ଙ୍କ ବିଚାରଧାରା ଙ୍କୁ ଆପଣାଇବା ସହିତ ସମସ୍ତ ଦଳିତ ଆଦିବାସୀ ନିଷ୍ପେସିତ ଲୋକଙ୍କ ପାଇଁ ଏହି ସଂଗଠନ କାମ କରିବ ଏବଂ ବାବା ସାହେବ ଙ୍କ ବିଚାର ଧାରା ଙ୍କୁ ଅଂଚଳର ସମସ୍ତ ଗ୍ରାମ ରେ ପହଞ୍ଚେଇବା ପାଇଁ ନିଷ୍ପତ୍ତି ନେଇ ଗତକାଳୀ ଥୁଆମୂଳ ରାମପୁର ସ୍ଥିତ ହେଲୋ ପଏଣ୍ଟ ରେ ଅଂଚଳ ର ଶିକ୍ଷିତ ଯୁବକ ଶିକ୍ଷାବିତ ବିଭିନ୍ନ ବର୍ଗ ର ଯୁବକ ସାଥି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ।ସର୍ବ ସଂମତିକ୍ରମେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ରେ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା।ଆଗାମୀ ଡିସେମ୍ବର ୦୬ ବାବାସାହେବ ଙ୍କ ମହାପରିୟାଣ ଦିବସରେ ସହରର ମୁଖ୍ୟ ସ୍ଥାନ ରେ ସ୍ଥାପନ ପାଇଁ ସ୍ଥିରୀକୃତ ହୋଇଛି।

ଏହି ବୈଠକରେ ଶ୍ରୀ ମନୋରଞ୍ଜନ ନାଏକ ଯୁବ ଆଇନଜୀବୀ ସଭାପତିତ୍ୱ କରି ସଭା ପରିଚାଳନା କରିଥିବା ସହ ଦଳିତ ସଚେତନ ସଂଗଠନ ର କାର୍ଯ୍ୟକାରୀ ସଭାପତି ଶ୍ରୀରାଧାକାନ୍ତ ନାଏକ ସମ୍ପାଦକ ଶ୍ରୀ ମହେଶ୍ବର ନାଏକ ,ଶିକ୍ଷାବିତ ଶ୍ରୀ ଭଜମନ ନାଏକ, କିରଣ ଧ ମାଝୀ, ବିଜନ ନାଏକ, ଅଭିମନ୍ୟୁ ନାଏକ,ଯୌବନ ନାଏକ,ଶ୍ରୀ ରାମଚନ୍ଦ୍ର ନାଏକ, ନବୀନ ନାଏକ, ନରେନ୍ଦ୍ର ନାଏକ, ସୁରେନ୍ଦ୍ର ନାଏକ, ଦମ୍ବୁରୁ ଧର ନାଏକ, ପରୀକ୍ଷିତ ନାଏକ, ଆର.ଆଇ . ବରେନ୍ଦ୍ର ନାଏକ, ମୁନା ନାଏକ, ଆର. ଆଇ ଜିତୁ ନାଏକ, ରବୀନ୍ଦ୍ର ନାଏକ, କ୍ଷୀର ସିନ୍ଧୁ ନାଏକ, କୈବଲ୍ୟ ନାଏକ, ପିଚୁ ନାଏକ,ଗଜରାଜ ନାଏକ ପ୍ରଭୁତି ଉପସ୍ଥିତ ଥିଲେ।

ଏଥିରେ ଘର ଘର ରେ କେମିତି ବାବା ସାହେବ ଙ୍କ ବିଚାର କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ l ଆଉ କେମିତି ସଂଗଠନ କୁ ମଜବୁତ କରିବା ନେଇ ଏବଂ ଲୋକମାନ ଙ୍କ ସମସ୍ୟା ସହ ସୁବିଧା ଅସୁବିଧା ଥିବା ଲୋକ ଙ୍କ ପାଖରେ ଯାଇ ସମାଧାନ କରିବା ପାଇଁ ଆଲୋଚନା କରିଥିଲେ l

କଳାହାଣ୍ଡି ଜିଲ୍ଲା ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ