।। ଥୁଆମୂଳ ରାମପୁର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ 12ଘଣ୍ଟିଆ ବନ୍ଦ ଡ଼ାକରା ।।

Jan 4, 2024 - 19:17
 0  36
।। ଥୁଆମୂଳ ରାମପୁର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ 12ଘଣ୍ଟିଆ ବନ୍ଦ ଡ଼ାକରା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିଜେପି ପକ୍ଷରୁ ବନ୍ଦ ଡାକରା ପାଳନ କରାଯାଇଛି । ଜୋନ ୨ ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ନାଏକ ଓ ଜୋନ- ୧ର ସଭାପତି ଶ୍ରୀଯୁକ୍ତ ଧନୁର୍ଜୟ ନାଏକଙ୍କ ନେତୃତ୍ଵରେ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦୟାନିଧି ଭୋଇ, ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଆଲୋକ ନାଏକ, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଅର୍ଜୁନ ବିଶି, ମହାଦେବ ପ୍ରସାଦ ସିଂ ପ୍ରଭାରୀ ତଳ ଆମପଦର ଗ୍ରାମ ପଞ୍ଚାୟତ , ପ୍ରଭାରୀ ସୁଶିଲ କୁମାର ସାହୁ କିଆପଦର ଗ୍ରାମ ପଞ୍ଚାୟତ ପ୍ରଭାରୀ ଏବଂ ଅନେକ କର୍ମୀ ଙ୍କ ଉପସ୍ଥିତରେ ବିଜେଡି ସରକାରଙ୍କ ଦ୍ଵାରା ପରିଚାଳିତ ଅନେକ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚି ପାରିନଥିବା, ଚାଷୀମାରଣ ନୀତି ମଣ୍ଡି କଟନି ଛଟନି , ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି , ଦାଦନ ସମସ୍ୟା, ଶିକ୍ଷିତ ଯୁବକ ଯୁବତୀ ଙ୍କୁ ଚାକିରି, ମଦଭାଟି ଉଠିବା, ଖାଉଟି ସାମଗ୍ରୀ ଦରବୃଦ୍ଧି, ପେଟ୍ରୋଲ ଡିଜେଲ ଦିନକୁ ଦିନ ହୁ ହୁ ବଢୁଥିବା ଭଳି ଅନେକ ବିଷୟକୁ ନେଇ ଆଜି ଦୋକାନ ବଜାର, ଗାଡି ମଟର,ଅଫିସ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା । ବନ୍ଦ ପାଳନ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବାର ଦେଖିବାକୁ ମିଳିଥିଲା ।

ଥୁଆମୂଲ୍ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କାରାପୁ ଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ