।। ଥୁଆମୂଳ ରାମପୁର ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ ।।

Nov 7, 2023 - 15:32
 0  55
।। ଥୁଆମୂଳ ରାମପୁର ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ ।।

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅଧିନରେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଦୀର୍ଘ ଦିନରୁ ପାଚିକା ଭାବେ କାର୍ଯ୍ୟରତ ମହିଳା ସଂଗଠନ ତଥା ପାଚିକା ସହାୟିକା ତଥା ସଂଲଗ୍ନ ଭାରତୀୟ ମଜଦୂର ସଂଘ ଥୁଆମୂଳ ରାମପୁର ବ୍ଳକ ସଂଗଠନ ପକ୍ଷରୁ ୬ଗୋଟି ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଶିକ୍ଷା ନିର୍ଦ୍ଦେଶକ, ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ ସେମାନଙ୍କୁ ୧୦ ମାସ ବଦଳରେ ୧୨ ମାସର ଦରମା ପ୍ରଦାନ, ସେମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଇ.ପି.ଏଫ. ସୁବିଧା, ମୃତ୍ୟୁ କାଳୀନ ଅବସ୍ଥାରେ ୫ଲକ୍ଷ ଟଙ୍କାର ସହାୟତା ରାଶି, ସମସ୍ତଙ୍କ ପାଇଁ ବୀମା,ଅବସର କାଳୀନ ଭତ୍ତା ଇତ୍ୟାଦି ଦାବି ଅନ୍ତର୍ଭୁକ୍ତ ରହିଛି। ଏହି ଦାବିପତ୍ର ପ୍ରଦାନ ପୂର୍ବରୁ ପାଚିକା ସହାୟିକା ସଂଘ ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ଵରୀଙ୍କ ମନ୍ଦିର ଠାରୁ ଏକ ବିଶାଳ ରାଲିରେ ବାହାରି ସେଠାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହିଞ୍ଚିଥିଲେ । ଏହି ଦାବିପତ୍ର ପ୍ରଦାନ ଓ ରାଲି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ତଥା ବ୍ଳକ ପାଚିକା ସଂଘର ସଭାପତି ଶ୍ରୀମତୀ ବିନୋଦିନୀ ଗଉଡ,ଉପ ସଭାପତି ସଙ୍ଗୀତା ମାଝୀ,ସମ୍ପାଦିକା ଶ୍ରୀମତୀ ଡାଳିମ୍ବ ପୁଝାରୀ ପ୍ରମୁଖ ଙ୍କ ସମେତ ବ୍ଳକ ର ବିଭିନ୍ନ ବିଦ୍ୟାଳୟର ପାଚିକା ମାନେ ଅଂଶଗ୍ରହଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକ ଙ୍କ ସହ ଥୁଆମୂଳ ରାମପୁର ବ୍ଲକ ପ୍ରତିନିଧି ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ