ତୁମୁଡ଼ିବନ୍ଧ ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି

Dec 30, 2025 - 05:51
 0  3
ତୁମୁଡ଼ିବନ୍ଧ ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା) : କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ତୁମୁଡ଼ିବନ୍ଧ ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣ ଙ୍କ ସମେତ , ଆରକ୍ଷୀ ଅଧିକ୍ଷକ ହରିଶ ବିସି, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ତୁମୁଡି଼ବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ, ଅଧିକାରିଣୀ ଯୋଗ ଦେଇଥିବା ବେଳେ ମୋଟ ୭୦ ଗୋଟି ଅଭିଯୋଗ ଶୁଣାଣି ମଧ୍ୟରୁ ହୋଇଥିବା ଜଣାପଡିଛି l କନ୍ଧମାଳ ଜିଲ୍ଲାରେ କିଛି ବ୍ଲକ୍ ମଧ୍ୟରୁ ତୁମୁଡ଼ିବନ୍ଧ ବ୍ଲକ ର ଅନେକ ଦୁର୍ଗମ ଅଞ୍ଚଳ ରେ ବିଭିନ୍ନ ସମସ୍ୟା ରହିଛି, ସେଥି ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ, ଗ୍ରାମ୍ୟ ସଡ଼କ ଯୋଜନା, ବିଦ୍ୟୁତ୍ ସେବା, ଆବାସ ଗୃହ ,ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଅନ୍ୟାନ୍ୟ ସମସ୍ୟା ନେଇ ଜିଲ୍ଲାପାଳ ଓ ପ୍ରଶାସନଙ୍କ ପାଖରେ ନିଜ ଅଞ୍ଚଳର ଅଭିଯୋଗ ଜଣାଇଥିବା ଦେଖିବାକୁ ମିଳିଥିଲା| କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ