।। ତାଳଗୁଡ଼ ଗ୍ରାମର ବଜାରପଡା ନୂଆଖାଇ ଭେଟଘାଟ ।।

ପଶ୍ଚିମ ଓଡିଶାର କୃଷିଭିତ୍ତିକ ମହାନ ଗଣପର୍ବ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୂଖିଗୁଡା ପଞ୍ଚାୟତ ଅଧିନସ୍ଥ ତାଳଗୁଡ଼ ଗ୍ରାମର ବଜାର ପଡା ଠାରେ ନୂଆଖାଇ ବାସୀ ତିହାର ପାଳନ ହୋଇଯାଇଛି l ଆଜି 25/ସେପ୍ଟେମ୍ବର 2023ମସିହା ସୋମବାର ଦିନରେ ନୂଆଖାଇ ବାସୀ ତିହାର ଅବସରରେ ଲମ୍ବଡିଆଁ, ପୁଚିଖେଳ, ଲେମ୍ବୁ ଚାମଚ, ହାଣ୍ଡିପିଟା ,ଅଖା ଦୌଡ, ଚୌକି ବସା, ହୁଳହୁଳି,ଚୁଡାଖିଆ, ବାଡ଼ି ଟଣା,ପ୍ରତିଯୋଗିତା କରିଥିଲେ l ଏଥିରେ କୁନି କୁନି ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଭାଗ ନେଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଥିଲେ l ବହୁତ ଖୁସି ର ସହ ରାତିରେ ଏକ ନୃତ୍ୟ ପ୍ରତିଯୋଗିତା ମଧ୍ୟ କରିଥିଲେ ଏହା କରିବା ଉଦେଶ୍ୟ ହେଉଛି ଲୁକାୟିତ କଲାପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତି ବର୍ଷ ନୂଆଖାଇ ରେ ପ୍ରୟାସ ଚଳାଇଥିବା ଗ୍ରାମ ବାସୀ ପ୍ରକାଶ କରିଥିଲେ l ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ବହୁ ସମାରୋହ ରେ ନୂଆଖାଇ ବାସୀ ତିହାର ପାଳନ କରିଥିଲେ l
ଗ୍ରାମ ବାସୀ ପ୍ରତି ବର୍ଷ ଘର ଘର ଚାନ୍ଦା କରି ଏହି ନୂଆଖାଇ କରିବା କଥା ବଡ଼ ଦୁଃଖ ର କଥା କି ସରକାର କିଛି ଆର୍ଥିକ ସହାୟତା ଆମ ଗାଁ କୁ କଲେ ଆମେ ନୂଆଖାଇ ଉତ୍ସବକୁ ଆଗାମୀ ଦିନରେ ଅଧିକ ଭଲ କରିଥାନ୍ତୁ l ଉତ୍ସବକୁ ଗ୍ରାମ ର ଗଣେଶ ପୂଜା କମିଟି ସହ ଗ୍ରାମ ବାସୀ ସାହାଯ୍ୟ କରିଥିବା ସହିତ ମହୀପାଣି ଗ୍ରାମର ରଜନୀ ଭାଇ ଏଠାରେ ଟେଣ୍ଟ ସାଉଣ୍ଡ ସାହାଯ୍ୟ କରିଥିଲେ l ରଜନୀ ଭାଇ କୁ ଗ୍ରାମ ବାସୀସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇବା ସହ ଭଗବାନ ଙ୍କ ପାଖରେ ପ୍ରାଥନା ବୋଲିଜଣାଇଥିଲେ lଏଠାରେ କୋଦଣ୍ଡ ଧର ନାଏକ ପରିଚାଳନା କରିଥିବା ବେଳେ ଉତ୍ସବ କୁ ଭିକାରି ସିଂ ସମାପ୍ତ କରିଥିଲେ l
କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡିଆ ସହ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






