।। "ଡାକ ମେଳା" ସଚେତନ ଶିବିର ।।

Dec 6, 2023 - 18:29
 0  112
।। "ଡାକ ମେଳା" ସଚେତନ ଶିବିର ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଓଏଲଏମ୍ ଗୃହ ଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି "ଡାକ ମେଳା" ସଚେତନ ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ ଯୋଗଦେଇଥିଲେ। ଏହି ଡାକମେଳା ସଚେତନ ଶିବିରରେ ବିଭାଗୀୟ ଜୟପାଟଣା ଡାକ ବିଭାଗ ସବଡିଭିଜନର ନିରୀକ୍ଷକ ଶ୍ରୀଯୁକ୍ତ ଗଏନ୍ତା ସାର, ଓଭରସିୟର ଶ୍ରୀଯୁକ୍ତ ପାତ୍ର ସାର, ଓଭରସିୟର ଶ୍ରୀଯୁକ୍ତ ସମୀର ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଥୁଆମୂଳ ରାମପୁର ସବ - ଡାକ କାର୍ଯ୍ଯାଳୟ ଅନ୍ତର୍ଗତ ମେଲକୁନ୍ଦେଲ ବିପିଏମ୍ ଶ୍ରୀ ଗୌରୀ ଶଙ୍କର ଦୁର୍ଗା, ବିରିକୋଟ ବିପିଏମ୍ ଶ୍ରୀ ଧନେଶ୍ୱର ମାଝୀ, ସିନ୍ଧିପଦର ବିପିଏମ୍ ଦଇତାରୀ ସାହୁ, ଶ୍ରୀମସ୍କା ବିପିଏମ୍ ତ୍ରିଲୋଚନ ନାଏକ ସମେତ ଅନ୍ଯାନ୍ଯ ମାନଙ୍କ ମଧ୍ୟରେ ବିପିଏମ/ଏବିଏମ୍ ପ୍ରାୟ ୬୦ ଜଣ ଉପସ୍ଥିତ ରହିଥିଲେ। ତେବେ ଏହି ଡାକ ମେଳାରେ ଡାକ ବିଭାଗରେ ଲୋକଙ୍କୁ ସେବା ଯୋଗାଉଥିବା ସ୍କିମ୍ ମଧ୍ୟରେ ରହିଛି ଆରଡି, ସିବି, ଏସଏସଏ, ଏମ ଏସ୍ ଏସ୍ଏ, ଆରପିଏଲଆଇ,ପିଏଲଆଇ, ଏନ୍ଏସସି, କେଭିପିବି ଭଳି ଡାକ ବିଭାଗ ତରଫରୁ ଲୋକଙ୍କୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ସେବା ଯୋଗାଉଛି ତା"ଉପରେ ଉପସ୍ଥିତ ଲୋକ ଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ସରକାରଙ୍କ ପ୍ରତ୍ଯେକ କାର୍ଯ୍ଯ ଗୁଡିକ ଯେପରି ପ୍ରତ୍ୟେକ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଏବଂ ତାର ସୁବିଧା ଜନସାଧାରଣ ପାଇ ପାରିବେ ତାହା ଉପରେ ଏହି ଡାକ ମେଳା ସଚେତନ ଶିବିରର ମୂଖ୍ୟ ଉଦ୍ଦେଶ୍ୟ ରହିଥିଲା

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ