ଟିଟିଲାଗଡ଼ ପୋଲିସକୁ ମିଳିଲା ବଡ ସଫଳତା ନକଲି ନୋଟ ଜବତ କରି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କଲେ ଟିଟିଲାଗଡ଼ ପୋଲିସ

May 4, 2023 - 05:53
 0  17
ଟିଟିଲାଗଡ଼ ପୋଲିସକୁ ମିଳିଲା ବଡ ସଫଳତା ନକଲି ନୋଟ ଜବତ କରି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କଲେ ଟିଟିଲାଗଡ଼ ପୋଲିସ

ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୋଲିସ କୁ ମିଳିଛି ବଡ ସଫଳତା ଟିଟିଲାଗଡ଼ ପୋଲିସ ବିଶେଷ ସୁତ୍ର ଖବର ପାଇ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନାରେନ୍ ଗ୍ରାମ ଠାରେ କିଛି ଦୁର୍ବୁତ୍ତ ମାନଙ୍କ ଠାରୁ 10 ଲକ୍ଷ ରୁ ଉର୍ଦ୍ଧ ନକଲି ନୋଟ, 1 ଲକ୍ଷ ରୁ ଉର୍ଦ୍ଧ ଅସଲି ନୋଟ,ଚାରୋଟି ଫୋନ ଓ ତିନୋଟି ମୋଟରସାଇକଲ ସହିତ ଜବତ କରି ଚାରିଜଣ ଦୁର୍ବୃତ୍ତ ମାନଙ୍କୁ ଗିରଫ କରି ସଫଳତା ହାସିଲ କରିଛି ଦୁର୍ବୃତ୍ତ ମାନଙ୍କୁ ଗିରଫ ପରେ ଟିଟିଲାଗଡ଼ ପୋଲିସ ଟିମ ପୋଲିସ ଷ୍ଟେସନ କୁ ଆଣି , ଏସ ଡି ପି ଓ ,ଶ୍ରୀ ମତି ଅଙ୍କିତା କୁମ୍ଭାର ଓ ଥାନା ଅଧିକାରୀ ରଞ୍ଜନ ବରୀୟା ଏ ଏସ ଆଇ ନରେନ୍ଦ୍ର ଛତର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି l ମେଡିକାଲ ଚେକପ ପରେ କୋର୍ଟ ପଠାଇ ଛନ୍ତି ସେମାନେ ହେଲେ, କ୍ଷୀରୋଦ ରଣା ସାରେଟ ପଡା, ମୁରିବାହଲ ବ୍ଲକ , ଜିଲ୍ଲା ବଲାଙ୍ଗିର, ଆଉ ତିନି ଜଣ, କଳାହାଣ୍ଡି ଜିଲ୍ଲା ର ,ଛବିଲାଲ ବାଗ, ପୂର୍ଣ୍ଣ ବାଗ, କେଶବ ଭୋଇ, ଟିଟିଲାଡରୁ ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ