ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

Nov 17, 2024 - 05:48
 0  3
ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ରାୟଗଡା/୧୬/୧୧/୨୪ : ରାୟଗଡା ଜିଲ୍ଳା ପ୍ରଶାସନ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଳା ପରିଷଦ ସ୍ୱଭାଗୃହ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୪ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଡ଼ଃ ଦୟାନିଧି ବାଗ, ଅଧ୍ୟକ୍ଷା ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଡ଼ଃ ବବିଲତl ସରାଫ,ସମ୍ମାନିତ ଅତିଥି ଓ ବକ୍ତା ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୋଷ କୁମାର ରଥ, ରାୟଗଡ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସେହିପରି ଉତ୍କଳ ଆଲୁମିନା କମ୍ପାନୀର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ମିଳନ କୁମାର ବେହେରା, ଅଧ୍ୟlପକ ପି. ଅରୁଣ କୁମାର ଆଦି ଯୋଗଦାନ କରିଥିଲେ l ଅତିଥିମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ : ପରିବର୍ତ୍ତନଶୀଳ ଗଣମାଧ୍ୟମ ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ରାୟଗଡା ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ସମାଧାନ ପାଇଁ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସବୁ ସମୟରେ ସହଯୋଗ କରି ଆସୁଥିବା ବେଳେ ଚଳିତ ବର୍ଷ ରାୟଗଡା ଜିଲ୍ଳାରେ ୧୮୩ଜଣ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଉପ ନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଅବସରରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମିନୀତ କରାଯାଇଥିଲା l ସେହିପରି ମହାବିଦ୍ୟାଳୟ ସ୍ତରୀୟ ବତ୍କୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରିଥିବା ୬ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଖଣ୍ଡ ସୂଚନା ଲୋକସମ୍ପର ଅଧିକାରୀ, ଧଞ୍ଜୟ ବେହେରା,ବରିଷ୍ଠ ସହାୟକ, ଭବାନୀ ଶବର, ଗ୍ରନ୍ଥଗରିକ ଡମ୍ବରୁଧର ପଣ୍ଡା,ସୁଭାଷ କେରକେଟା, ସମ୍ରାଟ ସାହୁ,ରାଜେନ୍ଦ୍ର ଦୋରା ଆୟୋଜନ କରିବାର ସହଯୋଗ କରିଥିବା ବେଳେ, ବରିଷ୍ଠ କର୍ମଚାରୀ ଶ୍ରୀ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l

ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ