ଜିଲ୍ଲାସ୍ତରୀୟ ୟୁଥ ପାର୍ଲିଆମେଣ୍ଟ ଓ କୁଇଜ ପ୍ରତିଯୋଗିତା

Dec 9, 2025 - 19:31
 0  1
ଜିଲ୍ଲାସ୍ତରୀୟ ୟୁଥ ପାର୍ଲିଆମେଣ୍ଟ ଓ କୁଇଜ ପ୍ରତିଯୋଗିତା

ବାରିପଦା - ତା :- ୦୯/୧୨/୨୦୨୫ ରିଖ ସ୍ଥାନୀୟ ତକତପୁର ସ୍ଥିତ ପି ଆର ଏମ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟେରୀୟମ ପରିସରରେ ୯ମ ରୁ ୧୨ଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ "ଯୁବ ପାର୍ଲିଆମେଣ୍ଟ" ପ୍ରତିଯୋଗିତା ଏବଂ ୬ଷ୍ଠ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ଯୁବ ପାର୍ଲିଆମେଣ୍ଟ ପ୍ରତିଯୋଗିତାରେ ସେନ୍ଟ ମେରୀ କନଭେଣ୍ଟ ବିଦ୍ୟାଳୟର ଆର୍ୟାନ ଦାସ ୧ମ, ପି ଏମ ଶ୍ରୀ ଏମ କେ ସି ଉଚ୍ଚ ବିଦ୍ୟାଳୟର ଦିବ୍ୟାଂଶୁ ବାରିକ ୨ୟ ଓ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ, ମୁଣ୍ଢାଠାକୁରା ର କଲ୍ୟାଣ ମୁର୍ମୁ ୩ୟ ସ୍ଥାନ ଅଧିକାର କରିଥିବା ବେଳେ କୁଇଜ ପ୍ରତିଯୋଗିତା ସିନିୟର ବିଭାଗରେ ରଘୁନାଥ ଉଚ୍ଚ ବିଦ୍ୟାଳୟ, ରାଇକମାର ଆୟୁଷ ମହାନ୍ତ ୧ମ, ବଡ଼ସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଓମ ଶଙ୍କର ରଣା ୨ୟ, ଓ ଏ ଭି, ବଡ଼ସାହିର ରୋହିତ ଦଳେଇ ୩ୟ ତଥା ଜୁନିୟର ବିଭାଗରେ ଓ ଏ ଭି, ଜୁଆଳିଆର ସୌଭାଗ୍ୟ ବେହେରା ୧ମ, ଓ ଏ ଭି, ଭାଲିଆଶୋଲର ଉଶ୍ୱସୀ ମହାନ୍ତ ୨ୟ ଓ ପି ଏମ ଶ୍ରୀ ଏମ କେ ସି ଉଚ୍ଚ ବିଦ୍ୟାଳୟର ଅଙ୍କିତ ଦାସ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରସ୍କାର ବିତରଣ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଯୋଗ ଦେଇ ଦେଶର ପ୍ରଗତିରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ I ଶିକ୍ଷକ ନୟନ କୁମାର ଗିରି, ସୁବ୍ରତ ଆଚାର୍ଯ୍ୟ ଓ ବସନ୍ତ ଦତ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପ୍ରକାଶଥାଉକି ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ