ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ନିମନ୍ତେ ସାମ୍ୱାଦିକ ସମ୍ମିଳନୀ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୩୧.୦୧.୨୦୨୬ ରିଖ: ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲାପାଳ ଉପସ୍ଥିତ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ପ୍ରଶାସନ,ନବରଙ୍ଗପୁର ଦ୍ଵାରା ଆସନ୍ତା ୪.୦୨.୨୬ତାରିଖ ସକାଳ ୯ . ୦୦ ଘ ସମୟରେ ଜିଲ୍ଲାର ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନଙ୍କ ପାଇଁ ରାଜା ଶ୍ରୀ ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ ହେବାକୁଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ! ଏହି ନିଯୁକ୍ତି ମେଳାରେ ଜିଲ୍ଲା ଏବଂ ଜିଲ୍ଲା ବାହାରର ୪୦ ରୁ ଅଧିକ ଘରୋଇ ନିଯୁକ୍ତି ସଂସ୍ଥା ଏବଂ ତାଲିମ ପ୍ରଦାନକାରୀ ସହ ନିଯୁକ୍ତି ସଂସ୍ଥା ଗୁଡ଼ିକ ଅଂଶଗ୍ରହଣ କରିବେ ! କିଛି ସଂସ୍ଥା ରେ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯିବ ଏବଂ ଅନ୍ୟ କେତୋଟି ସଂସ୍ଥାରେ ଦକ୍ଷତା ତାଲିମ ପରେ ନିଯୁକ୍ତି ଯୋଗାଇଦିଆଯିବ ! ତେଣୁ ଜିଲ୍ଲାର ୧୭ ରୁ ୩୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ନିଯୁକ୍ତିଆଶାୟୀ ଯୁବକ ଯୁବତୀ ଯେଉଁମାନେ ସର୍ବନିମ୍ନ ପଞ୍ଚମ ଶ୍ରେଣୀ, ଦଶମ ଶ୍ରେଣୀ, +୨, +୩, ଆଇଟିଆଇ , ଡିପ୍ଲୋମା ଧାରି ଏବଂ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି, ସେମାନଙ୍କୁ ସେମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଏବଂ ପାସପୋର୍ଟ ଆକାର ଫଟୋ ସହିତ ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ! ଏହି ମେଳାରେ ଡାଟା ଏଣ୍ଟ୍ରି ଅପରେଟର, ସିକ୍ୟୁରିଟୀ,ଅଟୋମୋବାଇଲ,ବ୍ୟାଙ୍କିଙ୍ଗ,ନିର୍ମାଣ ,ସିଉଇଂ ମେସିନ ଅପରେଟର,ଅଗ୍ନିବୀର, ଇଲେକ୍ଟ୍ରି ସିଆନ, ଇଲେକ୍ଟ୍ରୀ ଭେହିକିଲ ଟେକ୍ନିସିଆନ୍ ଭଳି ବିଭିନ୍ନ ନିଯୁକ୍ତିର ସମ୍ଭାବନା ନେଇ ବିଭିନ୍ନ କମ୍ପାନୀ ଓ ସଂସ୍ଥା ମେଳାରେ ଯୋଗ ଦେବେ ! ଚନ୍ଦାହାଣ୍ଡି, ରାଇଘର ଏବଂ ଉମରକୋଟ ବ୍ଲକ ଭଳି ଦୂର ଦୁରାନ୍ତରୁ ଆଶାୟୀ ପାର୍ଥୀ ଙ୍କ ପାଇଁ ବସ ସେବା ବ୍ୟବସ୍ଥା କରାଯାଇଛି ! ମେଳାରେ ପାର୍ଥି ମାନଙ୍କ ପାଇଁ ପଞ୍ଜିକରଣ, ଖାଦ୍ୟ ଓ ପାନୀୟ ଜଳ ,ଶୌଚାଳୟ ର ବ୍ୟବସ୍ଥା କରାଯାଉଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0