ଜିଲ୍ଲାରେ "ଗ୍ରାମୋଦୟ" ଯୋଜନା ର ପ୍ରଣୟନ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମ୍ମନୟ ବୈଠକ

Jan 18, 2026 - 23:55
 0  10
ଜିଲ୍ଲାରେ "ଗ୍ରାମୋଦୟ" ଯୋଜନା ର ପ୍ରଣୟନ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମ୍ମନୟ ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୮.୦୧.୨୦୨୬ ରିଖ: ଗତ କାଲି ତା: ୧୭.୦୧.୨୦୨୬ ରିଖ: ଦିନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ " ଗ୍ରାମୋଦୟ" ଯୋଜନା ଅନ୍ତର୍ଗତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ନବରଙ୍ଗପୁରର ୪ ଟି ବ୍ଲକ ରେ ସମଗ୍ର ବିକାଶ ପାଇଁ ଏକ ଜିଲ୍ଲା ସ୍ତରୀୟ ସ୍ଵମ୍ମନୟ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ ! ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ ଏଜେଣ୍ଡା ଅନୂଯାୟୀ ସଭା ପରିଚାଳନା କରିଥିଲେ ! ଏହି ଯୋଜନା ଅଧୀନରେ ଜିଲ୍ଲାର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୪ ଟି ବ୍ଲକ ରାଇଘର,ଝରିଗାଁ,ଚନ୍ଦାହାଣ୍ଡି ଏବଂ ଡାବୁ ଗାଁ ର ମୋଟ ଚି଼ହ୍ନଟ ୩୦ ଟି ଗ୍ରାମ ରେ ବିଭିନ୍ନ ଜନ ହିତକର ଯୋଜନାର ପରିପୂର୍ଣ୍ଣତା ହାସଲ,ଜୀବନମାନ ର ଉନ୍ନତି,ମୌଳିକ ସୁବିଧାର ବିକାଶ ରେ ଲୋକଙ୍କ ସମ୍ପୃକ୍ତି ଓ ବଞ୍ଚିତ ହିତାଧିକାରୀ ଙ୍କ ଉପରେ ପ୍ରଶାସନ ମନୋନୀତ କମିଟି ଦ୍ୱାରା ସର୍ଭେ କରାଯିବ ! ଜିଲ୍ଲାରେ ମୋଟ ୨୪ ଟି ବିଭାଗ ଦ୍ଵାରା ଏହି ୩୦ ଟି ଗ୍ରାମ ମାନଙ୍କରେ ପାନୀୟ ଜଳଯୋଗାଣ,ସଡ଼କ, ଗମନା ଗମନ,ସୁଲଭ ମୂଲ୍ୟ ଦୋକାନ,ଆବାସିକ ବିଦ୍ୟାଳୟ,ସ୍ବାସ୍ଥ୍ୟ ସେବାର ଟିକାକରଣ,ଯକ୍ଷ୍ମା, ମ୍ୟାଲେରିଆ, ସିକିଲ ସେଲ, ଆନେମିଆ ରୋଗର ନିରାକରଣ,ଆଧାର କାର୍ଡ,ଶ୍ରମିକ କାର୍ଡ,ସୁଭଦ୍ରା ଯୋଜନା,ପଞ୍ଜୀକୃତ ବିହନ ଓ କୃଷି ଯନ୍ତ୍ରପାତି ବ୍ୟବହାର,ଶିଶୁ ଓ ମହିଳା ବିକାଶ,ପୋଷଣ, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ଶୌଚାଳୟ ଆମ୍ବୁଲାନ୍ସ ସେବା,ବସ ସେବା ଏଭଳି ବିଭିନ୍ନ ବିଭାଗୀୟ ଯୋଜନା ଉପରେ ସର୍ଭେ କାର୍ଯ୍ୟ କରାଯିବ ! ଏହି ସର୍ଭେ କାର୍ଯ୍ୟ ରେ ବିଭିନ୍ନ ସ୍କିମର ହିତାଧିକାରୀ ମାନଙ୍କୁ ଚିହ୍ନଟ,ଗ୍ରାମ ସଭାରେ ବିଭିନ୍ନ ବିଭାଗୀୟ ଯୋଜନା ରେ ଗ୍ରାମ୍ୟ ହିତାଧିକାରୀଙ୍କୁ ଚିହ୍ନଟ ଓ ପ୍ରସ୍ତାବ, ଚିହ୍ନଟ ହିତାଧିକାରୀ ଯଦି କିଛି ମାନଦଣ୍ଡ କୁ ପୂର୍ଣ୍ଣ କରିପାରୁନାହିଁ ତେବେ ଜିଲ୍ଲା ପ୍ରଶାସନ ର ଅନୁମୋଦନ ପରେ ବିଭାଗୀୟ ସ୍ଵିକୃତି ପାଇଁ ପ୍ରେରଣ କରାଯିବ !ଜିଲ୍ଲାପାଳ ୩୦ ଟି ଚିହ୍ନଟ ଗ୍ରାମରେ" ଗ୍ରାମୋଦୟ" ଯୋଜନା ଅନ୍ତର୍ଗତ ୨୪ ଟି ଜିଲ୍ଲା ବିଭାଗୀୟ ଅଧିକାରୀ ମାନଙ୍କୁ ଗ୍ରାମୀଣ ଅଞ୍ଚଳରେ ସମଗ୍ର ବିକାଶ କୁ ତ୍ଵରାନିତ କରିବାକୁ ଓ ସର୍ଭେ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ! ଏହି କାର୍ଯ୍ୟ ପାଇଁ ବ୍ଲକ୍ ସ୍ତରୀୟ କମିଟି ରେ ସଂପୃକ୍ତ ବ୍ଲକ୍ ର ବି ଡି ଓ ଅଧ୍ୟକ୍ଷ ଓ ବ୍ଲକ୍ ନୋଡାଲ ଅଧିକାରୀ ରହିବେ ! ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ରୂପେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କାର୍ଯ୍ୟ କରିବେ ! ବୈଠକ ରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ,ବି ଡି ଓ,ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ