ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୂଆପଡା ଜିଲ୍ଲାରେ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ସ୍ଥାନୀୟ ମିନି ଷ୍ଟାଡିୟମ୍ ରେ ପାଳିତ ହୋଇ ଯାଇଛି l ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ l ସମ୍ମିଳିତ ପ୍ୟାରେଡ୍ ରେ ଭାଗ ନେଇଥିବା ୩୨ ଟି ଦଳର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗ ସେମାନଙ୍କ ଉନ୍ନତିମୂଳକ କଲ୍ୟାଣକାରୀ ଯୋଜନାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ଜିଲ୍ଲା କାରାଗାର ଓ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ l ସଫଳତାର ସହିତ ବିଗତ ଉପନିର୍ବାଚନ ପରିଚାଳନା କରିଥିବାରୁ ଜାତୀୟ ମତଦାତା ଦିବସ ଉପଲକ୍ଷେ ଭାରତ ନିର୍ବାଚନ କମିଶନଙ୍କ ଦ୍ଵାରା ଜିଲ୍ଲାପାଳ ଗତକାଲି ଦିଲ୍ଲୀରେ ସମ୍ବର୍ଦ୍ଧିତ ହୋଇଥିଲେ l ଆଜି ଏହି ପୁରସ୍କାରକୁ ଜିଲ୍ଲାପାଳ ନୂଆପଡାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0