।। ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନୁଷ୍ଠିତ ।।

Feb 18, 2024 - 21:48
 0  30
।। ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନୁଷ୍ଠିତ  ।।

ନୂଆପଡା : ସ୍ଥାନୀୟ ପୋଲିସ ପଡିଆ ଠାରେ ଜିଲ୍ଲା ଶିକ୍ଷା ବିଭାଗ ନୂଆପଡା ଦ୍ବାରା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯକ୍ରମ ଭବ୍ୟ ଉଲ୍ଲାସର ସହ ଆୟୋଜିତ ହୋଇଯାଇଛି I ଜିଲ୍ଳା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟଅତିଥି ଭାବରେ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନୂଆପଡ଼ା ଶ୍ରୀ ଭୀମସେନ ଶବର, ଜିଲ୍ଲା ପରିଷଦ ଦୀପିକା କୌଶଲ୍ୟା ଦୀପ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ପଂଚାୟତ ସମିତି ଅଧ୍ୟକ୍ଷା ନୂଆପଡା ତାରେଶ୍ଵରି ସାହୁ, ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡା ଡ଼. ବିକ୍ରମାଦିତ୍ୟ ସିଂ ବାରିହା, ଜିଲ୍ଲାପରିଷଦ ସଦସ୍ୟ ଅବନୀରଞ୍ଜନ ଯୋଶୀ, ଅନ୍ତନିବେଶି ଶିକ୍ଷା ସଂଯୋଜକ ହେମନ୍ତ ଭୋଇ ଯୋଗଦେଇ କୃତୀ ପ୍ରତିଭାକୁ ମାନପତ୍ର ଓ ଫଳକ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ । ଏହି ଅବସରରେ ଉପଲବ୍ଧି ନିମନ୍ତେ ୫୧ ଜଣ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲl ସ୍ତରୀୟ ଶୈକ୍ଷିକ, ୫୧୩ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଶୈକ୍ଷିକ ପୁରସ୍କାର, ୨୭୩ ଜଣଙ୍କୁ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର, ଏବଂ ୧୫ଟି ମାଧ୍ୟମିକ ବିଦ୍ୟାଳୟକୁ , ୧୫ଟି ପ୍ରାଥମିକ ବିଦ୍ୟାଳୟକୁ , ୨ଟି ଗ୍ରାମ ପଞ୍ଚାୟତକୁ , ୫ଟି ଆଲୁମୁନି କମିଟି, ୫ଟି ବିଦ୍ୟାଳୟ ପରିଚାଳନା କମିଟି, ୫ଜଣ ମାଧ୍ୟମିକ ପ୍ରଧାନ ଶିକ୍ଷକ ଓ ୫ଜଣ ପ୍ରାଥମିକ ଶିକ୍ଷକଙ୍କୁ ପୁରସ୍କୃତ କରଯାଇଥିଲା। କାର୍ଯ୍ୟକ୍ରମଟି କୁ ସଫଳ କରିବାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରୁଥିଲେ । ଚୁଲାଭାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତା ଏଵଂ ସହକାରୀ ଶିକ୍ଷକ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡା ଶଙ୍କରଶଣ ପୁରୋହିତ ମଞ୍ଚ ପରିଚାଳନା କରୁଥିଲେ । ଜିଲ୍ଳା ବିଜ୍ଞାନ ପରିଦର୍ଶକ ଗିରିଧାରୀ ସା ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଆଦେଶ କ୍ରମେ କାର୍ଯକ୍ରମଟିର ସାଙ୍ଗ ଘୋଷଣା କରିଥିଲା I 

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ