ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୭.୦୯.୨୦୨୫ ରିଖ: ସାରା ବିଶ୍ୱରେ ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଅଛି ! ଚଳିତ ବର୍ଷ ଏହାର ମୁଖ୍ୟ ବିଷୟବସ୍ତୁ "ପର୍ଯ୍ୟଟନ ଏବଂ ସ୍ଥାୟୀ ବିକାଶ" ( Tourism and Sustainable Development ) ରଖାଯାଇଛି ! ଏହି ଅବସରରେ, ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ତଥା ସ୍ଥାୟୀ ବିକାଶରେ ଏହାର ଭୂମିକା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ଏହି ପ୍ରତିଯୋଗିତାକୁ ବିଦ୍ୟାଳୟ ସ୍ତର ଏବଂ ମହାବିଦ୍ୟାଳୟ ସ୍ତର ଭାବେ ଦୁଇଟି ବର୍ଗରେ ବିଭକ୍ତ କରାଯାଇଥିଲା ! ଜିଲ୍ଲାର ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ! ବିଦ୍ୟାଳୟ ସ୍ତରର ବିଚାରକ ଭାବେ ପୂଜାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାପାତ୍ର ଏବଂ ଡଙ୍ଗରଭେଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଦାୟିତ୍ୱ ନେଇଥିଲେ ! ମହାବିଦ୍ୟାଳୟ ସ୍ତର ପାଇଁ ଓଡ଼ିଆ ଅଧ୍ୟାପକ ଲକ୍ଷ୍ମୀକାନ୍ତ ସଉରା ବିଚାରକ ଭାବେ ରହିଥିଲେ ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗ ଦେଇଥିଲେ ! ସେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରି ପର୍ଯ୍ୟଟନ କ୍ଷେତ୍ରରେ କ୍ୟାରିୟର ଓ ଚାକିରୀର ସୁଯୋଗ ବିଷୟରେ ବୁଝାଇଥିଲେ ! ରାଜ୍ୟ ସରକାର କିପରି ଏହି କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, ସେହି ବିଷୟରେ ମଧ୍ୟ ସେ ବିସ୍ତୃତ ବକ୍ତବ୍ୟ ରଖିଥିଲେ ! ବିଦ୍ୟାଳୟ ସ୍ତର ରେ ପ୍ରଥମ ଶ୍ୟାମ ସୁନ୍ଦର ଯାଦବ, ଟେକ୍ନୋ ଗୁରୁକୁଳ ସ୍କୁଲ୍ , ଦ୍ୱିତୀୟ ପି. ଧନୁଷ, ଟେକ୍ନୋ ଗୁରୁକୁଳ ସ୍କୁଲ୍,ତୃତୀୟ ଏମ୍. ସୂର୍ଯ୍ୟ ନାରାୟଣ ନାଇଡୁ, ଟେକ୍ନୋ ଗୁରୁକୁଳ ସ୍କୁଲ୍ ଏବଂ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ବବିତା ଗଣ୍ଡ, ନବରଙ୍ଗପୁର ନୋଡାଲ ଡିଗ୍ରୀ ମହାବିଦ୍ୟାଳୟ,ଦ୍ୱିତୀୟ ପ୍ରିୟଙ୍କା ମହାପାତ୍ର, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନବରଙ୍ଗପୁର ଓ ତୃତୀୟ ଅମିଶା ଭଟ୍ଟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ନବରଙ୍ଗପୁର ପୁରସ୍କାର ଗ୍ରହଣ କରିଥିଲେ ! ଶେଷରେ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିରାମ ହରିଜନ ପର୍ଯ୍ୟଟନର ମହତ୍ତ୍ୱ ଓ ପ୍ରକୃତି ସହିତ ନିଜକୁ ଯୋଡ଼ିବା ପାଇଁ ଛୁଟିରେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଭ୍ରମଣ କରିବାକୁ ପରାମର୍ଶ ଦେଇଥିଲେ ! ମୁଖ୍ୟ ଅତିଥିଙ୍କ ଦ୍ୱାରା ସମସ୍ତ ବିଜେତାଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ କାର୍ଯ୍ୟାଳୟର କନିଷ୍ଠ ସହାୟକ ନିରଞ୍ଜନ ନାୟକ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆତ୍ମପ୍ରକାଶ ସାହୁ ଏବଂ ଏ. ସନ୍ତୋଷ କୁମାର ପ୍ରମୁଖ ସହଯୋଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0