।। ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ।।

Sep 7, 2024 - 01:35
 0  17
।। ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ।।

କୌଣସି ଘରେ କେହି ଜଣେ ମଧ୍ୟ କୁ-ପୋଷଣର ଶିକାର ନହେବା ଆବଶ୍ୟକ; ଏହା ପ୍ରଶାସନର ଲକ୍ଷ୍ୟ: ଜିଲ୍ଲାପାଳ ବାରିପଦା: ୦୬.୦୯.୨୦୨୪// ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ସଭାପତିତ୍ୱ କରିଥିଲେ । ସୂଚନା ଥାଉକି ସେପ୍ଟେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପୋଷଣ ମାସ ପାଳନ କରାଯିବ ଏବଂ ଜିଲ୍ଲାର ସମସ୍ତ ସ୍ଥାନରେ ଯେପରି କୌଣସି ମା କିମ୍ବା ଶିଶୁ କୁ-ପୋଷଣର ଶିକାର ନ ହୁଅନ୍ତୁ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉତ୍ତମ ପୋଷଣ - ସୁସ୍ଥ ଜୀବନ ପ୍ରସଙ୍ଗକୁ ଭିତ୍ତି କରି ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ, ବରିଷ୍ଠ ଖାଦ୍ୟଓ ପୋଷଣ ବୈଜ୍ଞାନିକ ଡଃ ଝୁନୁଲତା ଭୂୟାଁ, ରକ୍ତହୀନତା ବିଷୟରେ ସଚେତନ ହେବା, ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଆଞ୍ଚଳିକ ତଥା ମିଲେଟ୍ ବା କ୍ଷୁଦ୍ର ଖାଦ୍ୟ ଶସ୍ୟ ସାମିଲ୍ କରିବା, ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ୍ ହେବା ଏହି ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ସୟ, ପାରିପାର୍ଶ୍ବକ ସୁରକ୍ଷା ପାଇଁ ମାଟି, ପାଣି ଓ ପରିବେଶର ଯତ୍ନ ନେବା, ଆଶା ଓ ଅଙ୍ଗନବାଡି କର୍ମୀ ମାନେ ନିଜର ଦାୟିତ୍ୱ ପ୍ରତି ଯଥେଷ୍ଟ ଯତ୍ନବାନ ହେବାପାଇଁ, ଓ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ, ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନବାଡି କର୍ମୀଙ୍କ ସମତେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ସାଧାରଣ ସଭାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ