।। ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୦୨୪ ଉଦଯାପିତ ।।

Jan 24, 2024 - 21:51
 0  17
।। ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୦୨୪ ଉଦଯାପିତ ।।

ନୂଆପଡା : ଲୋୟର ଇନ୍ଦ୍ର ଜଳସେଚନ ବିଭାଗ ନୂଆପଡା, ଜଳ ସମ୍ପଦ ବିଭାଗ ଓଡିଶା ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୧୨୪ ଉଦଯାପିତ ହୋଇଯାଇଛି । ୧୬ ଜାନୁୟାରୀ ରୁ ୨୪ ଜାନୁୟାରୀ ପର୍ଯ୍ୟର ବାଲିଥିବା ପାଣି ପାଣି ପଞ୍ଚାୟତ ପକ୍ଷ ପାଳନର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ଯୋଗଦାନ କରିଥିବା ଚେଳେ ସମ୍ମାନୀୟ ଅତିଥି ଭାବରେ ଲୋୟର ଇନ୍ଦ୍ର ସିସି ସଞ୍ଜୀବ ଭାତରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ମାଝି, ରାଜ୍ୟ ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ବୋଲକିଆ ଙ୍କ ପ୍ରତିନିଧି ରାମଲାଲ ହଂସ, ଲୋୟର ଇନ୍ଦ୍ର ଅଧିକ୍ଷଣ ଯନ୍ତ୍ରୀ ସୋମ୍ୟ ରଞ୍ଜନ ଜୟପୁରିଆ, ନୂଆପଡା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉଜ୍ଜ୍ୱଳ ଯାନୀ, କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ର ମୁଖ୍ୟ ବୈଜ୍ଞାନିକ ଡ. ଶାଶ୍ଵତୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ମଂବାସୀନ ଥିଲେ । ଏହି ପରିପ୍ରେକ୍ଷିରେ ମଂଚାସୀନ ଅତିଥି ମାନେ ଜଳ ପରିଚାଲନ କ୍ଷେତ୍ରରେ ଚାଷୀ ମାନଙ୍କର ଗୁରୁତ୍ବପୂର୍ବ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ପାଇଁ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି କହିବା ସହିତ ଜିଲ୍ଲାରେ ଚାଷୀ ମାନେ ଷ୍ଟବେରି ଚାଷ, ଛତୁଚାଷ, ବତକ ଚାଷ, କୁକୁଡା ଚାଷ କରି ଭରପୁର ଲାଭବାନ ହେଉଛନ୍ତି ବୋଲି ମଂଚାସୀନ ଅତିଥିମାନେ ମତପୋଷଣ କରିଥିଲେ l ନ୍ୟାୟ ସଙ୍ଗତ ଓ ସମାନତା ଭିତିରେ ବିଭିନ୍ନ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାର ସୂବ୍ୟବସ୍ଥା କରିବା ପାଇଁ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷିରେ ଓଏଲଆଇସି ସଫଳ ପାଣିପଞ୍ଚାୟତ ଭାବରେ ଖରିଆର ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ପାଣିପଞ୍ଚାୟତ ମୁଖ୍ୟ ଅତିଥିଙ୍କ ଠାରୁ ପରୁସ୍କାର ଗ୍ରହଣ କରିଥିବ। ଚେଳେ ସଫଳ ଚାଷୀ ଭାବରେ କୋମନା ବ୍ଲକ ଅନ୍ତର୍ଗତ ସିଲଭା ଗ୍ରାମର ଚରଣସାଏ ଶବର ପୁରସ୍କୃତ ହୋଇଥିଲେ । ସେହି ଭଳି ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଭାଗ ନେଇଥିବା କୁଇଜ ପ୍ରତିଯୋଗତା, ଡିବେଟ ପ୍ରତିଯୋଗୀତା, ପେନଟିଙ୍ଗ ପ୍ରତିଯୋଗରେ ପ୍ରଥମ ସ୍ଥାନ, ତୃତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଥିବ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଉକ୍ତ ପକ୍ଷ ପାଳନ ଅବସରରେ ବରିଷ୍ଠ ସାମ୍ବାଦିକ ସୀମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ନୂଆପଡା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉଜ୍ଜଳ ଯାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ସଂୟ ସହାୟିକା ମହିଳା ଗୋଷ୍ଠୀ ଏବଂ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ