।। ଜିଲ୍ଲା ସରପଂଚ ସଂଘ ପକ୍ଷରୁ ୧୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ ।।

Aug 23, 2023 - 16:10
 0  36
।। ଜିଲ୍ଲା ସରପଂଚ ସଂଘ ପକ୍ଷରୁ ୧୩ ଦଫା ଦାବି ନେଇ  ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ ।।

ନୂଆପଡ଼ା: ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଜିଲ୍ଳା ସରପଞ୍ଚ ସଂଘ ର ବିକ୍ଷୋପ ପ୍ରଦର୍ଶନ ସହ ଏକ ଦାବି ପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲା ସରପଞ୍ଚ ସଂଘ ପ୍ରଦାନ କରିଛନ୍ତି।ଆଜି ଜିଲ୍ଲା ର ସମସ୍ତ ସରପଞ୍ଚ ମାନେ ପୋଲିସ ପଡିଆ ରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରି ବିଭିନ୍ନ ନାରାବାଜି ଦେଇ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋପ୍ ପ୍ରଦର୍ଶନ କରିଥିଲେ ।ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ଙ୍କ ନିଷ୍ପତି କ୍ରମେ ପଶ୍ଚିମ ଓଡ଼ିଶା ର ସମସ୍ତ ୧୧ ଜିଲ୍ଲା ରେ ଜିଲ୍ଲା ସରପଞ୍ଚ ସଂଘ ଜିଲ୍ଲାପାଳ ଙ୍କ ଜରିଆରେ ୧୩ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ଦାବି ପତ୍ର ରେ ଉଲ୍ଲେଖ ଦାବି ଗୁଡ଼ିକ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ର ଆର୍ଥିକ ସହାୟତା ସିଧାସଳଖ ଗ୍ରାମ ପଞ୍ଚାୟତ କୁ ଦିଆଯାଉ,ସରପଂଚ ମାନଙ୍କ ମାସିକ ଭତ୍ତା ସର୍ବନିମ୍ନ ୩୦,୦୦୦ ଟଙ୍କା କରାଯାଉ,ସରପଞ୍ଚ ମାନଙ୍କ ଅନାସ୍ଥାପ୍ରସ୍ତବ ଉଚ୍ଛେଦ କରାଯାଉ, ଏମଏଲ୍ଏ ଏମପି ଯେଭଳି ସ୍ଵତନ୍ତ୍ର ବିକାଶ ପାଣ୍ଠି ପ୍ରଦାନ କରାଯାଉଛି ଠିକ୍ ସେହି ଭଳି ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ,ପଞ୍ଚାୟତ କୁ ଦିଆଯାଉଥିବା ସିଏଫସି/ଏସଏଫସି ଅନୁଦାନ କୁ ୩ ଗୁଣା ବୃଦ୍ଧି କରାଯାଉ,ସରପଞ୍ଚ କାର୍ଯ୍ୟକାଳ ମଧ୍ୟ ରେ ଯେକୌଣସି ପ୍ରକାର ମୃତ୍ୟୁ ବରଣ କଲେ ତାଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା ଜୀବନ ବିମା ର ବ୍ୟବସ୍ଥା କରାଯାଉ, ଏହି ଭଳି ୧୩ ଦଫା ଦାବି ପତ୍ର କରିଥିବା ବେଳେ ଯଦି ସରକାର ଆଗାମୀ ୭ ଦିନ ମଧ୍ୟ ରେ ଦାବି ଗୁଡ଼ିକ ଉପରେ ସରକାର କୌଣସି ପଦକ୍ଷେପ ନ ନେଇ ସମାଧାନ ନ କଲେ ଆମେ ସମସ୍ତ ସରପଞ୍ଚ ଦାୟିତ୍ୱମୁକ୍ତ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ