ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ା ଆନୁକୁଲ୍ୟରେ ଦୁଇ ଦିନିଆ କନିଷ୍ଠ ରେଡକ୍ରସ୍ ଶିବିର ଉଦଯାପିତ
ନୂଆପଡ଼ା : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ା ଆନୁକୁଲ୍ୟରେ ଦୁଇ ଦିନିଆ କନିଷ୍ଠ ରେଡକ୍ରସ୍ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ନୂଆପଡ଼ା ଶ୍ରୀ ଜୟ ଢୋଲକିଆ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ସେବା ମନୋଭାବ ଜାଗ୍ରତ କରିବା ପାଇଁ ଆହ୍ୱାନ କରିଥିଲେ। ତଥା ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଆହୁରି ମଜବୁତ କରିବା ପାଇଁ ଛୋଟ ଛୋଟ ଦାନ କରିବା ପାଇଁ ସମସ୍ତଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ବେହେରା ଡିଏଭି ଟିଟିଲାଗଡ଼,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ନୂଆପଡ଼ା ବ୍ଳକ ଚେୟାର ପର୍ସନ ଶ୍ରୀମତି ତାରେଶ୍ୱରୀ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂହ ବାରିକ,ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ସାହୁ, ଗୋଲାପ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସହୀଦ ମାନଙ୍କ ସ୍ମୃତି ଚାରଣ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ୯୮ ଥର ରକ୍ତଦାନ କରିଥିବା ଶିକ୍ଷକ କିଶୋର କୁମାର ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସ୍ଵେଚ୍ଛାକୃତ ରକ୍ତଦାନ କରିଥିବା ୨୦ ଜଣ ରକ୍ତଦାତା ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରଯାଇଥିଲା। ଶିକ୍ଷକ ଶଙ୍କର୍ଷଣ ପୁରୋହିତ ଏବଂ ଶିକ୍ଷୟିତ୍ରୀ ପ୍ରାଜ୍ଞା ପାରମିତା ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜୁନିଅର ରେଡକ୍ରସ ଅଫିସର ଜୟଦେବ ବେହେରା,ଜିଲ୍ଳାର ସମସ୍ତ ଜୁନିଅର ରେଡକ୍ରସ କାଉନସେଲର,ପ୍ରଶିକ୍ଷକ, ବିଦ୍ୟାଳୟର ଏବଂ ଦାୟିତ୍ୱରେଥିବା ଶିକ୍ଷକ, ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0