।। ଜିଲ୍ଲା ଟପ୍ପର ଏବେ ଦିନ ମଜୁରିଆ : ଆର୍ଥିକ ଅନଟନ ପାଇଁ ଖର୍ଚ୍ଚ ମେଣ୍ଟାଇବାକୁ କାମ କରୁଛନ୍ତି ବଣ୍ଡା ଜନଜାତିର ଝିଅ ।।

May 30, 2023 - 23:36
 0  57
।। ଜିଲ୍ଲା ଟପ୍ପର ଏବେ ଦିନ ମଜୁରିଆ : ଆର୍ଥିକ ଅନଟନ ପାଇଁ ଖର୍ଚ୍ଚ ମେଣ୍ଟାଇବାକୁ କାମ କରୁଛନ୍ତି ବଣ୍ଡା ଜନଜାତିର ଝିଅ ।।

ଅନଟନ ଯୋଗୁ ମେଧାବୀ ଛାତ୍ରୀ ପାଲଟିଲା ଦିନ ମଜୁରୀଆ । ଡହଡହ ଖରାରେ ପଥର ବୋଝେଇ ଝୁଡି ବୋହୁଛି ବଣ୍ଡା ଜନଜାତିର ଏହି ଝିଅ କର୍ମା ମୁଦୁଲି । ନିଜ ପଢା ଖର୍ଚ୍ଚ ମେଣ୍ଟାଇବାକୁ ହାଡଭଙ୍ଗା ପରିଶ୍ରମ କରୁଛି । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ କର୍ମା ।ଆଉ ତାପରେ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ । ହେଲେ ଅଭାବ ଯୋଗୁ ପଢା ଖର୍ଚ୍ଚ ତୁଲାଇନପାରି ଦିନ ମଜୁରୀଆ କାମ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବଣ୍ଡା ଜନଜାତିଙ୍କ ପାଇଁ ପ୍ରଶାସନ ପକ୍ଷରୁ ଅନେକ ଯୋଜନା ମାନ କରାଯାଉଛି । ହେଲେ ଏହି ମେଧାବୀ ଛାତ୍ରୀ କିଭଳି ଦୁର୍ଦ୍ଦଶା ଭୋଗୁଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ