।। ଜାଳି ଦେଲେ ବାବା ଙ୍କ ମଠ :କିଛି ଦୁର୍ବୃତ ।।

Jun 9, 2023 - 17:08
 0  46
।। ଜାଳି ଦେଲେ ବାବା ଙ୍କ ମଠ :କିଛି ଦୁର୍ବୃତ ।।

ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମହୁଲ ପଡା ପଞ୍ଚାୟତ, ସୁଆ ପଡା ଗ୍ରାମ ଦେଖିବାକୁ ମିଳିଛି ଏହି ଭଳି ଅଭାବନୀୟ ଘଟଣା, ପିତା ଙ୍କ ନିର୍ଦ୍ଦେଶ ଅନୁସାରେ ଲୋକନାଥ ସାହୁ , ନାମକ ଜଣେ ବ୍ୟକ୍ତି , ତାଙ୍କ ବୟସ ୩୫, ଡୁମ୍ବେରଭାହାଲ ଗ୍ରାମ ତାଙ୍କ ଘର , ସେଠୁ :୨ କିଲୋମିଟର ଦୂରରେ ସୁଆ ପଡା ଗ୍ରାମ ର ରାସ୍ତା କଡ଼ରେ, ଦ୍ରିଘ ,ତିନି ବର୍ଷ ହେବ ଗୋଟିଏ ମଠ ତିଆରି କରି , ସେଠି ପୂଜା ପାଠ, ନାମ ସଙ୍କୀର୍ତ୍ତନ , ଯଜ୍ଞ କରୁ ଥିଲେ, ଧୀରେ ଧୀରେ ବାବା ଲୋକନାଥ ଙ୍କ ର, ଶିଷ୍ୟ ବଢ଼ି ଚାଲିଥିଲେ, ଗତ ବର୍ଷ , ବାବା ଗାଁ ଗାଁ ବୁଲି ଲୋକଙ୍କ ଠୁ କିଛି ସାହାଯ୍ୟ ମାଗି ,, ମହା ବିଶ୍ଵ ଶାନ୍ତି ଯଜ୍ଞ ଓ ୧୬ ପ୍ରହରୀ ନାମ ସଙ୍କୀର୍ତ୍ତନ, ତା ୨୭/୨/୨୨ ଦିନ ଆରମ୍ଭ ହୋଇଥିଲା,, ତା ପରେ ରାସ୍ତା କଡ଼ରେ ବାବା ଙ୍କ ମଠ ଥିବାରୁ ଭକ୍ତ ମାନେ , ମଠ କୁ ଯାଇ ଭଗବାନ, ପ୍ରଭୁ ଙ୍କୁ ଦର୍ଶନ କରୁ ଥିଲେ ଓ କିଛି କିଛି ଦାନ କରୁଥିଲେ,, ଆମ ଭାରତ ଦେଶରେ , ସାଧୁ ଓ ସନ୍ଥ ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ରହିଛି,, ବାବା ଓ ତାଙ୍କ ଶିଷ୍ୟ ମାନଙ୍କ କହିବା ଅନୁସାରେ, ସେହି ମଠ ରେ ବହୁତ ପୁରା ତନ, ବହି ପୁରାଣ ପୋଥି ସବୁ ଜଳି ,ପୋଡ଼ି ଛାର ଖାର ହୋଇ ଗଲା,, ଏ ବିଷୟରେ ବାବା ଲୋକନାଥ ଟିଟିଲାଗଡପୋଲିସ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ମୋର ମଠ ଜଳି ଗଲା ଏହାର ତଦନ୍ତ ହେଉ ଓ ଦୋଷୀ କୁ ତାର ଉଚିତ୍ ଦଣ୍ଡ ମିଲୁ , ବୋଲି ବାବା ପ୍ରଶାସନ ଙ୍କୁ , ଗୁହାରି କରିଛନ୍ତି, ଯଦି ଭଲ ଭାବରେ ତଦନ୍ତ ନ ହୁଏ ତା ହେଲେ ଆମର ସନାତନ ଧର୍ମ ପ୍ରତୀ ଭକ୍ତ ମାନଙ୍କ ବିଶ୍ୱାସ ଉଠି ଯିବ, ।

ଟିଟିଲାଗଡ଼ ରୁ ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ