ଜ଼ିଲ୍ଲାପାଳଙ୍କ ବିଦ୍ୟାଳୟ ପରିଦର୍ଶନ

ନୂଆପଡା : 3\12\24ରିଖ ଦିନ ନୂଆପଡା ଜ଼ିଲ୍ଲାପାଳ ମଧୁସୂଦନ ଦାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆପଡା ପରିଦର୍ଶନ କରିଥିଲେ l ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ବିଦ୍ୟାଳୟର ଉନ୍ନତି ବିଷୟରେ ଜ଼ିଲ୍ଲାପାଳଙ୍କୁ ଅବଗତ କରାଇଥିଲେ l ଜ଼ିଲ୍ଲାପାଳ ବିଦ୍ୟାଳୟର ଛାତ୍ରୀ ମାନଙ୍କର ପାଠ ପଢl ବିଷୟରେ ପଚାରି ବୁଝିଥିଲେ l ଆଗାମୀ ପାଠ୍ୟକ୍ରମ ଯୋଜନା ଅନ୍ତର୍ଗତ ଜିଂଜ୍ଞାସା, ସାହିତ୍ୟ ସୃଜନୀ ବିଷୟ ବସ୍ତୁକୁ, ଶିକ୍ଷୟତ୍ରୀ ପ୍ରଜ୍ଞାପାରମିତା ବିଶ୍ୱାଳ, ଜ଼ିଲ୍ଲାପାଳଙ୍କୁ ଅବଗତ କରାଇଥିଲେ l ବିଦ୍ୟାଳୟର ଦଶମ ଶ୍ରେଣୀରେ ଛାତ୍ରୀ ମାନଙ୍କୁ ଗଣିତ ଓ ଓଡ଼ିଆ ସାହିତ୍ୟ ପଢ଼ାଇଥିଲ l ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜିଂଜ୍ଞାସା ଓ ସାହିତ୍ୟ ସୃଜନୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଦେଖି ପ୍ରଶଂସା କରିଥିଲେ l ବିଗତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷାଫଳ ର ସମୀକ୍ଷା କରିଥିଲେ l ଆଗାମୀ ବାର୍ଷିକ ପରୀକ୍ଷାରେ ଛାତ୍ରୀ ମାନଙ୍କର ଉତ୍ତମ ପ୍ରଦର୍ଶନ ପାଇଁ ଉଦ୍ୟମ କରିବାକୁ ଶିକ୍ଷକ ଶିକ୍ଷୟୀତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସମୟାନୁବର୍ତ୍ତିତା ଓ ସୁଶିକ୍ଷା ହିଁ ସମାଜର ମୂଳ ବୋଲି ପେରଣା ଦେଇଥିଲେ l ଜ଼ିଲ୍ଲାପାଳଙ୍କ ଏପରି ପଦଖେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଅଛି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






