ଜ଼ିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବିଦ୍ୟୁତ ଅଫିସ ଘେରାଉ

ନୂଆପଡା ଜ଼ିଲ୍ଲାରେ ଅଘୋଷିତ ବିଦୂତ କାଟ ସହ ଲୋ-ଭୋଲଟେଜ ସମସ୍ୟା ଦିନକୁ ଦିନ ବଡିବାରେ ଲାଗିଛି ଏହାକୁ ନେଇ କଂଗ୍ରେସ ପକ୍ଷରୁ ଜ଼ିଲ୍ଲାର ବିଦ୍ୟୁତ ଅଫିସ ଘେରାଉ କରାଯାଇଛି ଏଥିସହ 5 ଦଫା ଦାବି ନେଇ ଏକ ଦାବିପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଏହି ଭିକ୍ଷେlଭ ସମାବେଶରେ ଜ଼ିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ପିସିସି ପର୍ଯ୍ୟବେକ୍ଷକ ମୋତିଲାଲ ଦାସ, ଦେବଦତ୍ତ ଦୀକ୍ଷିତ, ଅଭୟ ଯୋଶୀ, ଭୀଷ୍ମ ସୁନାନୀ, ତେଜରାମ ଶବର, କୁଲଦୀପ ସୁରଜ, ଭୀମ ଯାଦବ, କୌଶିକ ସାହୁ, ଗୋବିନ୍ଦ ଠାକୁର, ନରେନ୍ଦ୍ର ନାଗ, ତୋପ ଦାସ, ଯୋଗେଶ ସାହୁ, ଦୀପକ ସାହୁ, ରାମ ସିଂ ମାଝୀ, ଚୁନୁଲାଲ ଶବର, ମୁରଲୀ ବାଗ, ମୋହିତ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l
What's Your Reaction?






