।। ଚୁରାଗାଁ ଉଚ୍ଚ ବିଦ୍ୟାଳୟ ରେ fold scope making work shop ଅନୁଷ୍ଠିତ ।।

Dec 2, 2023 - 22:02
 0  51
।। ଚୁରାଗାଁ ଉଚ୍ଚ ବିଦ୍ୟାଳୟ ରେ fold scope making work shop ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ବନ୍ଧକନା ଗ୍ରାମ ପଂଚାୟତ ଅନ୍ତର୍ଗତ ଚୁରାଗାଁ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଂକୁ ନେଇ ଏକ fold scope making work shope ଅନୁଷ୍ଠିତ ହୋଇ ଯାଇଛି।ଅଣୁ ବିକ୍ଷଣ ଯନ୍ତ୍ର ଅଧିକ ମୂଲ୍ୟର ହୋଇ ଥିବାରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେବା ସମ୍ଭବ ହୋଇ ପାରୁ ନାହିଁ। ଏଣୁ ଭାରତୀୟ ବୈଜ୍ଞାନିକ ମନୁ ପ୍ରକାଶ ଙ୍କ ଦ୍ଵାରା ନିର୍ମିତ fold scope (paper micro scope) କୁ ଭାରତ ସରକାର ଙ୍କ ministry of science and ଟେକ୍ନୋଲୋଜି ଓଡିଶା ର 10ଟି ଅନୁନ୍ନତ ଜିଲ୍ଲା ର ଶିକ୍ଷକ ମାନଙ୍କୁ ଢେଙ୍କାନାଳ ଅଟୋ ନୋମେଶ କଲେଜ ରେ ତାଲିମ ଦିଆ ଯାଇ ଥିଲା।ସେଥି ମଧ୍ୟରେ କଳାହାଣ୍ଡି ଜିଲ୍ଲା ରୁ 4ଟି ସ୍କୁଲ ର ବିଜ୍ଞାନ ଶିକ୍ଷକ ଙ୍କୁ ମଧ୍ୟ ଏହି ତାଲିମ ମିଳିଥିଲା। ଚୁରାଗାଁ ପ୍ରିୟ ଦର୍ଶିନୀ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିପିନ ବିହାରୀ ନାୟକ ଏହି ତାଲିମ ପାଇବା ପରେ ନିଜ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଂକୁ ଏହି fold scope ତିଆରି କୌଶଳ ଓ ତାହା ଦ୍ଵାରା ଅତି ସୁକ୍ଷ୍ମ ଅଣୁ ଜୀବ ଦେଖିବା ପାଇଁ ସହଯୋଗ କରିଥିଲେ। ନିଜ ବିଦ୍ୟାଳୟ ସହିତ ଆଖ ପାଖ ଅଂଚଳ ର ବିଦ୍ୟାଳୟ ମାନଙ୍କ ରେ ମଧ୍ୟ ଏହାର ପ୍ରଚାର ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ