।। ଚାଞ୍ଚେର ମାଝୀ ଙ୍କ ସମର୍ଥକଙ୍କୁ ନେଇ ଏକ ବୈଠକ ।।
ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଥୁଆମୂଳ ଗ୍ରାମପଞ୍ଚାୟତ ନିକଟସ୍ଥ ରାଣୀଡୁମେର ଗ୍ରାମଠାରେ ଚଞ୍ଚେର ମାଝୀ ଙ୍କ ସମର୍ଥକ ସଭ୍ଯଙ୍କୁ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ଚାଞ୍ଚେର ମାଝୀ ଯୋଗଦେଇଥିବା ବେଳେ ତାଙ୍କ ସମର୍ଥକ ଶ୍ରୀ ହରିହର କୁମ୍ଭାର, ଶ୍ରୀ ରାଜେନ୍ଦ୍ର ମାଳି,ଶ୍ରୀ ପରମାନନ୍ଦ ନାଏକ, ଗୁରୁବାରୁ ମାଝୀ,ଶ୍ରୀ ଦାଶରଥି ନାଏକ ଶ୍ରୀ ରାଜେନ୍ଦ୍ର ନାଏକ, ପଦ୍ମନ ନାଏକ, କର୍ଣ୍ଣ ନାଏକ, ଲାଇଚନ ଗୌଡ, ସାଗୁ ମାଝୀ, ସୁନାଧର ମାଝୀ, ଦଶରଥ ଗୌଡ, ଅର୍ଜୁନ ସୁନାନୀ, ରାମଚନ୍ଦ୍ର ମାଝୀ, ସୁବାଷ ମାଝୀ, ଦୁର୍ଯ୍ୟୋଧନ ଗୌଡ, ଲକ୍ଷ୍ମୀ କାନ୍ତ ନାଏକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶ୍ରୀ ଚାଞ୍ଚେର ମାଝୀ କଂଗ୍ରେସର ଜଣେ ସକ୍ରିୟ ମେମ୍ବର ଥାଇ ସେ ଲାଞ୍ଜିଗଡ ବ୍ଳକର ବସନ୍ତ ପଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଭାବେ କାର୍ଯ୍ଯ ତୁଲାଉଛନ୍ତି। ଏହି କିଛି ଦିନ ତଳେ ଶ୍ରୀ ମାଝୀ କଂଗ୍ରେସ ରୁ ନିଜର ସମର୍ଥକ ଙ୍କ ସହିତ ଇସ୍ତଫା ଦେଇଥିବା ଜଣାପଡିଛି। କାରଣ ଦଳରେ ତାଙ୍କୁ ବାରମ୍ବାର ଅଣଦେଖା, ନେତୃବୃନ୍ଦଙ୍କ ଦ୍ବାରା ପାତରଅନ୍ତର ନୀତି,ଅନୁପ୍ରବେଶ କାରୀଙ୍କୁ ପ୍ରାଥମିକତା ଆମ ସମସ୍ତଙ୍କ ପାଇଁ ଆଘାତ ଦେଇଛି ବୋଲି ସ୍ପଷ୍ଟ କରି କଂଗ୍ରେସ ରୁ ଇସ୍ତଫା ଦେଇ ବର୍ତ୍ତମାନ ସେ ନିଜର ସମର୍ଥକ ମାନଙ୍କ ସହିତ ବିଭିନ୍ନ ସ୍ଥାନରେ ବୈଠକ ଆୟୋଜନ କରୁଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ବ୍ଳକରେ ଥିବା ତାଙ୍କ ସମର୍ଥକ ମାନେ ଶ୍ରୀ ମାଝୀଙ୍କ ସହିତ ସାମିଲ ହୋଇ ବୈଠକରେ ଆଲୋଚନା କରିଥିଲେ। ତେବେ ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଏବେ ଠାରୁ ସେ ସଂଘଠନ କରିବା ପାଇଁ କାର୍ଯ୍ଯକ୍ରମ ଚଳାଇଥିବା ସେ ପ୍ରକାଶ କରିଛନ୍ତି। କିନ୍ତୁ କେଉଁ ଦଳକୁ ଯିବେ ସେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0