।। ଚାକିରୀରୁ ନିଲମ୍ବିତ ହେଲେ ମଦୁଆ ପ୍ରଧାନ ଶିକ୍ଷକ ।।

Oct 12, 2023 - 21:01
 0  20
।। ଚାକିରୀରୁ ନିଲମ୍ବିତ ହେଲେ ମଦୁଆ ପ୍ରଧାନ ଶିକ୍ଷକ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତର ଗାର୍ଡିଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ବିନୀ କୁମାର ନାୟକଙ୍କୁ ଗୁରୁବାର ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ନିଲମ୍ବିତ କରିଛନ୍ତି । ଅଶ୍ବିନୀ କୁମାର ନାୟକ ପୂର୍ବରୁ ବୁର୍ବିନାଜୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ଏବଂ ୪ ମାସ ହେବ ପ୍ରଧାନ ଶିକ୍ଷକ ଭାବରେ ଗାର୍ଡିଙ୍ଗିଆ ବିଦ୍ୟାଳୟକୁ ଆସିଥିଲେ । କିଛି ଦିନ ତଳେ ଶିକ୍ଷକ ମାନେ ରାଜଧାନୀର ରାସ୍ତାରେ ନିଜର ହକ ପାଇଁ ଲଢେଇ କରୁଥ‌ିବା ବେଳେ ପ୍ରଧାନ ଶିକ୍ଷକ ଅଶ୍ବିନୀ ମଦ ପିଇ ମାତାଲ ହୋଇ ବିଦ୍ୟାଳୟକୁ ଯାଇଥିଲେ ଏହି ଖବର ପାଇବା କ୍ଷଣି ବିଇଓ ବିଦ୍ୟାଳୟରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ