।। ଚାକିରୀ କ୍ଷେତ୍ରରେ ଜିଲ୍ଲା କ୍ୟାଡର କରାଯାଉ ।।

May 30, 2023 - 20:01
 0  13
।। ଚାକିରୀ କ୍ଷେତ୍ରରେ ଜିଲ୍ଲା କ୍ୟାଡର କରାଯାଉ ।।

ନୂଆପଡ଼ା ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଶନିବାର ଜିଲ୍ଲା ବିକାଶ ସମନ୍ଵୟ ଏବଂ ମନିଟରିଂ କମିଟି ବୈଠକ (ଦିଶା) ଅନୁଷ୍ଠିତ ହୋଇଯାଇଛି।କଲା ହାଣ୍ଡି ଏମପି ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରୀଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲାପାଲ ହେମକାନ୍ତ ସାଏ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁଛନ୍ଦା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ, ସ୍ଵଳ୍ପ ସଞ୍ଚୟ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବିଜ୍ଞାପିତ ଅଞ୍ଚଲ ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାକୁ ୪୧ଟି ବିଭାଗକୁ କେନ୍ଦ୍ରୀୟ ଅନୁଦାନ ମିଳୁଛି। ଏହାର ତଦାରଖ କରିବା ପାଇଁ ଏମପି ମାନଙ୍କୁ ଦାୟିତ୍ବ ଦିଆଯାଇଛି। ତେଣୁ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଯେଉଁ କାର୍ଯ୍ୟ ଅଧୁରା ହୋଇ ରହି ଯାଇଛି ୨୦୨୪ ସୁଦ୍ଧା ନୂଆପଡ଼ା ଜିଲ୍ଲାର ବିକାଶ ତ୍ଯୁରାନ୍ୱିତ କରିବା ପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ବହୁତ ଯୁବତୀ, ଯୁବକ ବୋକାର ହୋଇ ବୁଲୁଛନ୍ତି। ତାଙ୍କର ଭବିଷ୍ୟତ ଚିନ୍ତା କରି ସରକାରୀ ହେଉ ବା ବେସରକାରୀ ଚାକିରୀ କ୍ଷେତ୍ରରେ ରାଜ୍ୟ କ୍ୟାଡରେ ମନୋନିତ କରାଯାଉଛି। ତାହାକୁ ଜିଲ୍ଲା କ୍ୟାଡରରେ କରାଗଲେ ଜିଲ୍ଲାର ଅନେକ ଯୁବତୀଯୁବକ ଉପକୃତ ହୋଇପାରିବେ ଏବଂ ବେକାରୀ ସମସ୍ୟା ଦୂର ହୋଇପାରନ୍ତା ବୋଲି ଏମପି ପଣ୍ଡା ଜିଲ୍ଲାପାଳଙ୍କଠାରେ ଦାବି କରିଥିଲେ।

ନୂଆପଡ଼ା ଜିଲ୍ଲାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ