।। ଚନ୍ଦ୍ର ଶେଖର ଆଜାଦ କ୍ଲବ ଦ୍ୱାରା ମଟକା ଫୋଡ଼ ଅନୁଷ୍ଠିତ ।।

Sep 9, 2023 - 05:24
 0  92
।। ଚନ୍ଦ୍ର ଶେଖର ଆଜାଦ କ୍ଲବ ଦ୍ୱାରା  ମଟକା ଫୋଡ଼  ଅନୁଷ୍ଠିତ ।।

ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ଠାରେ ଚନ୍ଦ୍ର ଶେଖର ଆଜାଦ କ୍ଲବ ଦ୍ୱାରା ଦହି ହାଣ୍ଡି ଫୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ଶ୍ରୀ ରାଜୁ ଭାଇ ଢୋଲକିଆ, ରାଜେଶ ନିଗମ, ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଖରିଆର ରୋଡ ଉପ ନଗରପାଳ, ଵଂଟି ଡାଗା, ଶ୍ୟାମ କେଶରବାନି ଏବଂ ନଗରର ବରିଷ୍ଠ ନାଗରିକ ମଞ୍ଚାସିନ ଥିଲାବେଳେ ଏହି ଦହି ହାଣ୍ଡି ଫୋଡ଼ ହୋଇଥିଲା l

ଏହି ଦହି ହାଣ୍ଡି ଫୋଡ଼ ଦେଖିବାପାଇଁ ଆଖପାଖ ଅଞ୍ଚଳରୁ ଅନେକ ଲୋକଙ୍କ ଭିଡ ଦଖିବାକୁ ମିଳିଥିଲାବେଳେ ଚା, ନାସ୍ଥlର ମଧ୍ୟ ବ୍ୟବସ୍ଥା ସସ୍ମିତା ଅଗ୍ରୱାଲଙ୍କ ଦ୍ୱାରା କରାଯାଇଥିଲାବେଳେ ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଢୋଲକିଆ ନଗର ବାସୀଙ୍କୁ ତଥା ଭାଗ ନେଇଥିବା ସମସ୍ଥ ଦଳକୁ କୃଷ୍ଣ ଜନ୍ମାଷ୍ଟମିର ଶୁଭ କମନା ଦେଇଥିଲେ l

ଏହି ଦହି ହାଣ୍ଡି ଫୋଡ଼ରେ 6 ଟି ଦଳ ସାମିଲ ହୋଇଥିଲେ l ଏହି ଦହି ହାଣ୍ଡି ଫୋଡ଼ ରେ ଠେଲେକୋବେଡା ଦଳ ବାଜିମାରିଥିଲାବେଳେ 10 ହଜାର ଟଙ୍କା ନଗଦ ରାଶିର ପୁରସ୍କାର ଜିତିଥିଲେ l ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ର ଶେଖର ଆଜାଦ କ୍ଲବର ସଦସ୍ୟ ଆନନ୍ଦ ସୋନି, ଛୋଟୁ ଅଗ୍ରୱାଲ, ବସୁ ଗୁପ୍ତା, ହେମୁ ଗୁପ୍ତା, ମନୁ ଅଗ୍ରୱାଲ ତଥା କ୍ଲୁବ୍ ର ସମସ୍ଥ କର୍ମକର୍ତ୍ତା ଏହି ଦହି ହାଣ୍ଡି ଫୋଡ଼ରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ