।। ଚଇତି ଶୁଭାରମ୍ଭ ଓ କଲ୍ୟାଣସିଂହପୁରରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ ।।

ରାୟଗଡ଼ା- ନ୍ୟିୟୁଜ୍:-ତା ୬/୧୨-୨୦୨୩ - ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚଇତି ପରବ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ରାଜୀବ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୈଠକରେ ପର୍ଯ୍ୟବେକ୍ଷ ଭାବେ ପ୍ରକଳ୍ପ ନିର୍ଦ୍ଦେଶ ଡ଼ଃ ଦୟାନିଧି ବାଗ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ , କ ଜୋନ ର ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ , କଳାକାର ସଙ୍ଘର ଉପ ସଭାପତି ସନ୍ତୋଷ କୁମାର ବଛା ସଂମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ସ୍ଥାନୀୟ ଐତିହାସିକ ସର୍ବପୁରାତନ ପ୍ରସିଦ୍ଧ ଦେବଗିରି ଶିବ ପୀଠ ପାହାଡ ଉପରେ ଥିବା ଗଙ୍ଗା, ଯମୁନା କୁଣ୍ଡରୁ ସୁବାସିତ ଜଳ ସଂଗ୍ରହ କରି ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ରାୟଗଡା ଜିଲ୍ଲା ର ଏଗାର ଗୋଟି ବ୍ଲକକୁ ଉକ୍ତ ଜଳ ନେଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି ଚଇତି ପରବ ଆରମ୍ଭ କରାଯିବ ବୋଲି ଆଲୋଚନା ହୋଇଛି । ଚଳିତ ମାସ ୧୧ ତାରିଖରେ କଲ୍ୟାଣ ସିଂହପୁରରେ ଚଇତି ପରବ ପାଳନ କରାଯିବ । ଏଥିରେ ଅଧିବାସୀ ମାନଙ୍କ ଘୁରୁକି ନାଚ, ଡଙ୍ଗରିଆଙ୍କ ପରମ୍ପରା ଧାଙ୍ଗିଢ଼ି ନାଚ ସହ ଘୁମୁରା ଭଳି ପାରମ୍ପରିକ ଦେଶିଆ ନାଚ ର ତାଳେ ତାଳେ ଶିବ ମନ୍ଦିର ଠାରୁ କଳସ ଯାତ୍ରା ଆରମ୍ଭ କରି ନଗର ପରିକ୍ରମା କରିବା ପରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି କାର୍ଯ୍ୟକ୍ରମ ଉଦଘାଟନ କରାଯିବ ବୋଲି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ବ୍ଲକ ମଙ୍ଗଳ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ,ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି,କଳାକାର ବୃନ୍ଦ ଉପସ୍ଥିତ ଥିଲେ ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






