।। ଘାସିରାମ ମାଝୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ l।

Jul 16, 2023 - 17:43
 0  18
।। ଘାସିରାମ ମାଝୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ l।

ନୂଆପଡା : (କୋରାପୁଟ ପ୍ରଥମ ଖବର) ନୂଆପଡା ଜ଼ିଲ୍ଲା ସଦର ବ୍ଲକ ଗୋଡ଼ଫୁଲାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଘାସିରାମ ମାଝୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ନୂଆପଡା ଓ ନମ୍ରତା ଚକ୍ଷୁ ଚିକିତ୍ସାଳୟ ଜୟପୁରର ମିଳିତ ଅନୁକୁଲ୍ୟରେ ଶିବିର ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅଗସ୍ତି ପ୍ରଧାନ, ଉପଜ଼ିଲ୍ଲାପାଳ ସୁବାଶଚନ୍ଦ୍ର ରଏତ, ଜ଼ିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଡୀ, ନୂଆପଡା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ଅଧ୍ୟାପକ ଶିବ ପ୍ରସାଦ ବେହେରା, ଘାସିରାମ ମାଝୀ, ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ସରୋଜିନୀ ମାଝୀ, ଜ଼ିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ପୂର୍ବ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଖାମ ସିଂ ମାଝୀ, ଗୋଡଫୁଲା ସରପଞ୍ଚ କବିତା ସାହୁ, ରବି ବାଗ ପ୍ରମୁଖ ଯୋଗ ଦେଇଥିଲେ l ଶିବିରରେ ଗୋଡ଼ଫୁଲା ପଞ୍ଚାୟତର 220 ଜଣ ଚକ୍ଷୁ ପରୀକ୍ଷା କରିଥିଲେ l 85 ଜଣଙ୍କ ଚକ୍ଷୁ ଅସ୍ତ୍ର ପ୍ରଚାର କରାଯିବ l 135 ଜଣକୁ ମାଗଣା ଚଷମା ଓ ଔଷଧ ବଣ୍ଟନ କରାଯାଇଥିଲା l ଶିବିରରେ ଡା. ନମ୍ରତା ମାଝୀ, ମୋନାଲିସ, ଭୋଲା,ଅପୂର୍ଣା ପୁଣା, ରାମ ଚନ୍ଦ୍ର ପଟୁଆ, ଦର୍ଲିମୁଣ୍ଡା ସିଏଚସିର ଡା. ଆଶୁତୋଷ ତ୍ରିପାଠୀ, ଷ୍ଟାଫ ନର୍ସ ସସ୍ମିତା ସାହୁ, ସିଏଚଓ ମମତା ସାହୁ, ସ୍ୱାସ୍ଥ୍ୟକର୍ମୀ ବସନ୍ତ ସିଂ ଠାକୁର ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲେ l ସୁଧୀର ମିଶ୍ର, କୌଶିକ ସାହୁ, କମଲେଶ ଠାକୁର, ଗଗନ ମାଝୀ, ଗୋବର୍ଦ୍ଧନ ମାଝୀ, ପ୍ରଶାନ୍ତ ମାଝୀ, ରମେଶ ଚନ୍ଦ୍ର ମାଝୀ, ବିମଲ ସାହୁ, ଟୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ