ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ୍, ବର୍ତ୍ତୀ ଗଲେ ଚାଳକ
କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା କୁମ୍ଭାରୀପୁଟ ରାସ୍ତାରେ ଆଜି ଏକ ମକା ବୋଝେଇ ଟ୍ରକ୍ ଓଲଟି ଲକ୍ଷାଧିକ ଟଙ୍କା ର ମକା ନଷ୍ଟ ହୋଇପଡ଼ିଛି।ଫଳରେ ଚାଳକ ଏସ.ସ୍ୱାମୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଉକ୍ତ ଟ୍ରକ୍ ଟିକିରିରୁ ଆନ୍ଧ୍ର ପ୍ରଦେଶ ର କାକିନାଡା କୁ ମକା ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଏନେଇ ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଉକ୍ତ ସ୍ଥାନରେ ବାର ବାର ଏଇଭଳି ଘଟଣା ଘଟୁଥିବା ବେଳେ ଦୁର୍ଘଟଣା ରୋକିବାରେ ପ୍ରଶାସନ ବିଫଳ ହୋଇଛି। ତେଣୁ ଉକ୍ତ ସ୍ଥାନରେ ନାମ ଫଳକ ଲଗାଇ ସ୍ପିଡ଼ ବ୍ରେକର ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।
ବନ୍ଧୁଗାଁ ରୁ ମଣ୍ଡଳ ମିଣିଆକା ଙ୍କ ରିପୋର୍ଟ
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0