।। ଘରେ ଘରେ ଲକ୍ଷ୍ମୀ ଆଭାଷି ଜରିଆରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।।

ନୂଆପଡା-ଆଜି ସ୍ଥାନୀୟ ପୋଲିସ ପଡିଆଠାରେ ଆଭାଷି ଜରିଆରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଏବଂ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ l ଏହି ଅବସରରେ ନୂଆପଡା ବିଧାୟକ ତଥା ଯୋଜନା ଓ ସଂଯୋଜନ। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓଡିଶା ସରକାର, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଏସ.ଡି.ସି ଚ୍ୟାରମେନ ଭଗତରାମ ମାଝି, ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଙ୍କୁ ହୃଦୟର ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଭିମସେନ ଶବର, ଅତିରିକ୍ତ ଏସପି ଇନ୍ଦ୍ରମଣୀ ବେହେରା, ଆରଟିଓ ମାନା ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ହଜାର ହଜାର ସଂଖ୍ୟାରେ ଗାଁ ମାନଙ୍କରୁ ଆସିଥିବା ମହିଳା ସ୍ତୟଂ ସହାୟିକା ଦଳ ଏବଂ ନଜସାଧାରଣ ଏହି ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ଜିଲ୍ଲାରେ ମୋଟ ୩୧ଗୋଟି ଲକ୍ଷ୍ମୀ ବସ ଚଳାଚଳ ଗ୍ରାମାଂଚଳରେ ଥିବା ପଛୁଆ ବର୍ଗର ଲୋକମାନଙ୍କ ସହରାଂଚଳ କୁ ଆସିବା ପାଇଁ ବ୍ୟବସ୍ତା ଥିବା ବେଳେ ମା, ଝିଅପିଲା ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ମାତ୍ର ୫ ଟଙ୍କାରେ ଲକ୍ଷ୍ମୀ ବସ ଯୋଗେ ପଂଚାୟତରୁ ବ୍ଲକ ହେଡକ୍ଵାଟର କୁ ଆସିବା ପାଇଁ ବ୍ୟବସ୍ଥା ରହିଛି ଏବଂ ବ୍ଲକ ହେଡକ୍ୱାଟରରୁ ଜିଲ୍ଲା ହେଡକ୍ବାଟର କୁ ଆସିବା ପାଇଁ ୧୦ଟଙ୍କା ଟିକେଟ ର ସୁବିଧା ରହିଛି । ବର୍ତମାନ ଜିଲ୍ଲାରେ ୧୧ଗୋଟି ଲକ୍ଷ୍ମୀ ବସ ଜିଲ୍ଲା ସଦର ମହକୁମାରେ ପହଂଚି ଯାଇଛି । ଗୋଟିଏ ବସ ଜରୁରୀ କାଳିନ ପରିସ୍ଥିତି ସମୟରେ ବ୍ୟବହାର ପାଇଁ ଜିଲ୍ଲା ସଦରମହକୁମାରେ ଅଟକ ରହିଥିବା ବେଳେ ୧୦ଗୋଟି ବସ ପ୍ରତ୍ୟେକ ବ୍ଲକରେ ଦୁଇଗୋଟି ଲେଖାଏ ରହି ଗ୍ରାମଂଚଳରେ ରହିଥିବା ଫଛୁଆବର୍ଗର ଲୋକେ ଗାଁରୁ ବ୍ଲକ ହେଡକ୍ୱାଟର ଏବଂ ଜିଲ୍ଲା ସଦର ମହକୁମାକୁ ସୁବିଧାରେ ଆସି ନିଜ ନିଜ କାମସାରୀ ନିଜ ଗାଁକୁ ଫେରିପାରିବେ । ସରକାରଙ୍କ ଏଭଳି ଉଚିତ ପଦକ୍ଷେପକୁ ଲୋକେ ଅନେକ ପ୍ରଶଂସା କରୁଥିବା ନଜରକୁ ଆସିଛି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






