ଗ୍ରାହକ ଭାବେ ମଦ ଦୋକାନରେ ପହଞ୍ଚିଲେ ଜିଲାପାଳ, ଭିଡିଓ ଭାଇରାଲ

Sep 21, 2024 - 16:01
 0  202
ଗ୍ରାହକ ଭାବେ ମଦ ଦୋକାନରେ ପହଞ୍ଚିଲେ ଜିଲାପାଳ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବୁଧବାର ଦେହରାଦୁନର ଜିଲାପାଳ ସବିନ ବନ୍ସଲ ପୁରୁଣା ମସୁରୀ ରୋଡ୍ ସ୍ଥିତ ଏକ ମଦ ଦୋକାନ ଗସ୍ତ କରିଥିଲେ । ସେଠାରେ ପ୍ରତି ବୋତଲ ପିଛା ୨୦ ଟଙ୍କା ଅଧିକ ନିଆଯାଉଥିବା ଜାଣିବାକୁ ପାଇଲେ ଜିଲାପାଳ । ସେ ଗ୍ରାହକ ଭଳି ଯାଇ ମଦ ବୋତଲ ମଗାଇଥିଲେ । ଯାହାର ଦାମ୍ ୬୬୦ ଟଙ୍କା ଥିଲା କିନ୍ତୁ ଦୋକାନରେ ୬୮୦ ଟଙ୍କା ମଗାଗଲା । ଏହା ପରେ ସେ ନିଜ ପରିଚୟ ଦେଇ ୫୦ ହଜାର ଟଙ୍କା ଚାଲାଣ କାଟିଥିଲେ । ଏହି ସବୁର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।ଦୋକାନରେ ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ସମସ୍ତେ ଚକିତ ହୋଇଗଲେ । ଅଧିକ ଦାମ୍ ନେବା ସହିତ ଦୋକାନ ଖୋଲିବା ଏବଂ ବନ୍ଦ ହେବାର କୌଣସି ନିର୍ଦ୍ଧାରିତ ସୂଚନା ମଧ୍ୟ ନଥିଲା ଏବଂ କର୍ମଚାରୀଙ୍କ ପାଖରେ କୌଣସି ଆଇଡି କାର୍ଡ ମଧ୍ୟ ନଥିଲା । ତେବେ ଏହି ଦୋକାନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ