।। ଗୋପାଳପୁର +2ବିଜ୍ଞାନ ବିଦ୍ୟାଳୟ ରେ ଆମେ ଜାଣିବା ଆମେ ଜିଣିବା ।।

Sep 27, 2023 - 09:21
 0  51
।।  ଗୋପାଳପୁର +2ବିଜ୍ଞାନ ବିଦ୍ୟାଳୟ ରେ ଆମେ ଜାଣିବା ଆମେ ଜିଣିବା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଏସ. ଏସ. ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+2ବିଜ୍ଞାନ )ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡିଶା ସରକାର ମାଧ୍ୟମରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଲେଜ ପକ୍ଷରୁ ଅବିଭାବକ ମାନଙ୍କୁ ନେଇ ଅନେକ ପ୍ରତିଯୋଗିତା କରାଯାଇ ଥିବା ବେଳେ ପୁରସ୍କାର ବି ଦିଆଯାଇଛି l ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନେକ ସାଂକୃତିକ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା l ଏହିକାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜୋନ 2ର ଜିଲ୍ଲା ପରିଷଦ ଟୁନି ଖୋଶଲା ଥିବା ବେଳେ ସଂମାନ୍ନୀତ ଅତିଥି ଭାବେ ଝରଣା ନାଏକ ସମେତ ଅଭିଭାବକ ଉପସ୍ଥିତ ଥିବା ବେଳେ କଲେଜ ଅଧକ୍ଷ ନବୀନ କୁମାର ସାହୁ,ଗଣିତ ଅଧ୍ୟାପକ ରାଜକିଶୋର ଜେନା, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଲିଙ୍ଗରାଜ ଖମାରି,ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ତପସ୍ୱନୀ ସୁନାନୀ,ଇଂରାଜୀ ଅଧ୍ୟାପକ ସମିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ବହୁ ସୁନ୍ଦର ଭାବରେ କଲେଜ ଅଧକ୍ଷ କରିଥିବା ଅଭିଵାକ ଖୁସି ହୋଇ ଧନ୍ୟବାଦ ଜଣାଇଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ