।। ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ।।

Jun 1, 2023 - 21:23
 0  38
।। ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ  ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଭୁବନେଶ୍ଵରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୩ ଜଣଙ୍କୁ ଗିରଫ କରିଛି | ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଦକେତା ଗ୍ରାମରୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇ ରାସ୍ତାରେ ଜଗିଥିଲା | ସ୍ବିଫ୍ଟ ଡିଜାୟର କାରନଂ. ଓଡି- ୦୨-ସିଜି- ୭୨୦୨ କୁ ଅଟକାଇ ଯାଞ୍ଚ କରିବା ପରେ ଗାଡ଼ିରେ ଥିବା ୨୬ କେଜି ୫୦୦ ଗ୍ରାମ ଗଞ୍ଜେଇ ସହିତ ଗାଡିକୁ ଜବତ କରାଯାଇଛି |ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଗଞ୍ଜାମ ତାରାସିଂ ଗ୍ରାମର ଖାଣ୍ଡୁ ପ୍ରଧାନ, କୁଲାଡ଼ର ରଞ୍ଜନ ମହାରଣା ଏବଂ ଅନ୍ୟ ଜଣେ କ.ନୂଆଗାଁ ବ୍ଲକ୍ ଟେଟେରେଙ୍ଗା ଗ୍ରାମର ବାଲ୍ମିକୀ ପ୍ରଧାନ ବୋଲି ଜଣାପଡ଼ିଛି। ବାଲିଗୁଡା ଥାନା କେଶ ନଂ.୧୪୦/୨୩ ରେ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରାଯାଉଛି ବୋଲି ଥାନା ଅଧୂକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ