।। ଖାକେସ୍ ଗାଁରେ ଶାନ୍ତିକୁଞ୍ଜ ହରିଦ୍ଵାରର ତତ୍ତ୍ୱାବଧାନରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ।।

Feb 15, 2024 - 21:36
 0  29
।। ଖାକେସ୍ ଗାଁରେ ଶାନ୍ତିକୁଞ୍ଜ ହରିଦ୍ଵାରର ତତ୍ତ୍ୱାବଧାନରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲଆମ ପଦର ପଞ୍ଚାୟତ ଅନ୍ତର୍ଗତ ଖାକେସ୍ ଗାଁରେ ଶାନ୍ତିକୁଞ୍ଜ ହରିଦ୍ଵାରର ତତ୍ତ୍ୱାବଧାନରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପରିବ୍ରାଜକ ଅଶୋକ ପେଣ୍ଠୋଇ, ପୂର୍ଣ୍ଣମୀ ନାଏକ ଏବଂ ରେବତୀ ନାଏକ ଏହାକୁ ପରିଚାଳନା କରିଥିଲେ। ଏଥିରେ ନିଶା ନିବାରଣ, ନାରୀ ଜାଗରଣ, ବୃକ୍ଷ ରୋପଣ, କୁରୀତି ଉନ୍ମୁଳନ, ଅନ୍ଧବିଶ୍ୱାସ ଦୂରୀକରଣ ଇତ୍ୟାଦି ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। କୁବିଚାରକୁ ନଷ୍ଟ କରି ସଦ୍ ବିଚାର ସୃଜନରେ ଗାୟତ୍ରୀ ମହାମନ୍ତ୍ର କିଭଳି ବ୍ରହ୍ମାସ୍ତ୍ର ତୂଲ୍ୟ କାମ କରେ ତାହା ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଯଜ୍ଞ ବୈଜ୍ଞାନିକ ଦୃଷ୍ଟିକୋଣରୁ କିଭଳି ଲାଭଦାୟକ ସେ ବିଷୟରେ ଶ୍ରୀ ପେଣ୍ଠୋଇ ଆଲୋକପାତ କରିଥିଲେ। ଏଥିରେ ବ୍ଲକ୍ ସଂଯୋଜକ ଦେବାଶିଷ ଦୁର୍ଗା, ଜିଲ୍ଲା ପ୍ରତିନିଧି ବିଜୟ ନାଏକ, କୁମୁଦ ମାଝୀ, ପରମେଶ୍ଵର ନାଏକ, ସାଧୁରାମ ନାଏକ, ହୀରାମଲ୍ ନାଏକ, ତ୍ରିନାଥ ନାଏକ, ବିଷ୍ଣୁ ନାଏକ ତଥା ଗାୟତ୍ରୀ ପରିବାରର ଅନ୍ୟାନ୍ୟ ପରିଜନ ସହାୟତା କରିଥିଲେ। ନିଶା ନିବାରଣ ଉପରେ ଗାୟତ୍ରୀ ପରିବାରର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଉଛି। ଉକ୍ତ ପବିତ୍ର ଯଜ୍ଞ ସ୍ଥଳରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ସାଂସଦ ପ୍ରତିନିଧି ବିଷ୍ଣୁ ନାଏକ, ସ୍ଥାନୀୟ ତଲାମପଦର ପଞ୍ଚାୟତର ସରପଞ୍ଚ ପ୍ରକାଶ ମାଝୀ, ରାୟଗଡ଼ା କାଶୀପୁର ବ୍ଲକ ଲାକ୍ରେସ ଗ୍ରାମର ଗାୟତ୍ରୀ ପରିବାରଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ଥୁଆମୁଲ ରାମପୁର ରୁ ବାଲେଶ୍ୱର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ