।। ଖରିଆର ରୋଡରେ 'ପ୍ରୋଟିନ ୱାର୍ଲଡ' ର ଶୁଭାରମ୍ଭ ।।

Aug 29, 2023 - 21:33
 0  79
।। ଖରିଆର ରୋଡରେ 'ପ୍ରୋଟିନ ୱାର୍ଲଡ' ର ଶୁଭାରମ୍ଭ ।।

ନୂଆପଡ଼ା ଜିଲ୍ଲା ଅନ୍ତର୍ରତ ଖରିଆର ରୋଡ଼ ଠାରେ 'ପ୍ରୋଟିନ ୱାର୍ଲଡ' ର ଶୁଭ ଉଦଘାଟନ ମୂଖ୍ୟ ଅତିଥି ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କରକମଳ ଦ୍ୱାରା ଶୁଭ ଉଦଘାଟ ହୋଇଯାଇଛି l

ଉକ୍ତ ଉଦଘାଟନୀ ଉତ୍ସବରେ ଖରିଆର ରୋଡ଼ ନଗରପାଳ ସୋନିଆ ଗୋଲଡି ଅଗ୍ରୱାଲ, ଉପାଧ୍ୟକ୍ଷ ନିଶାନ୍ତ ଡାଗା ଏବଂ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l ଏହି 'ପ୍ରୋଟିନ ୱାର୍ଲଡ'ରେ ସମସ୍ଥ ପ୍ରକାରର ସ୍ଵାସ୍ଥ ବର୍ଧକ ପ୍ରୋଟିନ ଆଇଟମ ଦେଖିବାଉ ମିଳିଥିଲା l ଏହି ପ୍ରୋଟିନ ସ୍ଵାସ୍ଥ ପାଇଁ ଭଲ ବୋଲି ସ୍ଥାନୀୟ ଶାଖା ସଞ୍ଚାଳକ ଶ୍ରୀ ଚିନ୍ମୟ ପାତ୍ର କହନ୍ତି l

ଏହି ଅବସରରେ ପ୍ରୋଟିନ ୱାର୍ଲଡର ସର୍ବଭାରତୀୟ କାର୍ଯ୍ୟନିର୍ବାହୀ ମୁଖ୍ୟ ଶ୍ରୀ ଭୁପେନ୍ଦ୍ର ସିଂ ଠାକୁର ଅତିଥି ରୂପେ ଯୋଗ ଦେଇଥିଲେ। ଏହି 'ପ୍ରୋଟିନ ୱାର୍ଲଡ' ଓଡ଼ିଶାର କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ପରେ ଏବେ ଖରିଆର ରୋଡରେ ଏହାର ଶାଖା ଖୋଲା ଯାଇଥିବାରୁ ଆମକୁ ବହୁତ ଖୁସି ଲାଗୁଛି ବୋଲି ଶ୍ରୀ ଭୁପେନ୍ଦ୍ର ସିଂ ଠାକୁର କହନ୍ତି l କେନ୍ଦ୍ରରେ ବିଭିନ୍ନ କମ୍ପାନୀର ପ୍ରୋଟିନ ପାଉଡର, ଫୂଡ ସପ୍ଲିମେଣ୍ଟ, ସ୍ପୋର୍ଟ ଡ୍ରିଙ୍କ, କ୍ରୀଡ଼ା ସାମଗ୍ରୀ, ସ୍ବାସ୍ଥ୍ୟ ଉପକରଣ ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ମୁସଲି, ଓଟ୍ସ, ଭିନେଗାର, ଚକୋସ, ହେଲ୍ଦି ଚିପ୍ସ ଆଦି ଉପଲବ୍ଧ ରହିବ ବୋଲି ଶାଖା କେନ୍ଦ୍ରର ପ୍ରୋପ୍ରlଇଟାର ଶ୍ରୀ ଚିନ୍ମୟ ପାତ୍ର ସୂଚନା ଆମକୁ ଦେଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ