।। ଖରିଆର ରୋଡ ମିନି ଷ୍ଟାଡ଼ିୟମ ଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ।।

Jan 28, 2024 - 19:06
 0  35
।। ଖରିଆର ରୋଡ ମିନି ଷ୍ଟାଡ଼ିୟମ ଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ।।

ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ଏନ.ଏ.ସି. ମିନି ଷ୍ଟାଡିୟମ ଠାରେ 75ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଅବସରରେ ନଗରପାଳ ଡ଼. ସୋନିୟା ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିବାବେଳେ ସମ୍ମାନୀତ ଅତିଥି ଭାବରେ ଉପ ନଗରପାଳ ନିଶାନ୍ତ ଡାଗା, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ ପ୍ରମୁଖ ମଞ୍ଚାସିନ ଥିଲେ l ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ମିଳିତ ପ୍ୟାରେଡ଼ରେ ଭାଗନେଇଥିଲେ l ପରେ ମୁଖ୍ୟ ଅତିଥିଙ୍କ ଭାଷଣରେ ପ୍ରଧାନ ମନ୍ତୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ବିଷୟରେ ନିଜ ମତ ରଖିଥିଲେ l ଏହି ଗଣତନ୍ତ୍ର ଦିବସରେ ଖରିଆର ରୋଡ ର ସରକାରୀ ଏବଂ ବେସରକାରୀ ସ୍କୁଲ ସମେତ ପ୍ରାୟ 29 ଗୋଟି ସ୍କୁଲରୁ ପ୍ୟାରେଡ଼ରେ ଭାଗ ନେଇଥିଲେ l ପ୍ୟାରେଡରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ହାଇସ୍କୁଲ ଲେବଲ ରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯlଇଥିଲାବେଳେ ଏମ.ଇ. ଲେବୁଲ ରୁ ଜ୍ଞାନ ଜ୍ୟୋତି କେ.ଆର. ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର ଏବଂ ପ୍ରାଏମେରି ଲେବଲ ରୁ ଶ୍ରୀ ଗୁରୁନାନକ ବିଦ୍ୟାଳୟ ତୃତୀୟ ସ୍ଥାନ କରିଥିବାରୁ ପୁରସ୍କୃତ କରାଯlଇଥିଲା l ପରେ ସମସ୍ତ ଛାତ୍ର / ଛାତ୍ରୀ ମାନଙ୍କୁ କୁଇଜ, ଡିବେଡ଼, ସଙ୍ଗୀତରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲାବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ଏଥିରେ ଛାତ୍ର ଛାତ୍ରୀ ମାନେ ଅନେକ ପ୍ରକାର ରେକର୍ଡ ଡାନ୍ସ ପ୍ରସ୍ତୁତ କରି ଦର୍ଶକମାନେ ବହୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ଯୋଶୀ ମଞ୍ଚ ପରିଚାଳନା କରିଥିଲାବେଳେ ଗୋବିନ୍ଦ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ