।। ଖରିଆର ରୋଡ ମିନି ଷ୍ଟାଡ଼ିୟମ ଠାରେ ସ୍ଵlୟତ ଶାସନ ଦିବସ ପାଳନ ।।

Aug 31, 2023 - 21:19
 0  29
।। ଖରିଆର ରୋଡ ମିନି ଷ୍ଟାଡ଼ିୟମ ଠାରେ ସ୍ଵlୟତ ଶାସନ ଦିବସ ପାଳନ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ମିନି ଷ୍ଟାଡ଼ିୟମ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ଉକ୍ତ ଅବସରରେ ନଗରପାଳ ସୋନିଆ ଜୈନ, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଲାସନ ରଥ, ଉପନଗରପାଳ ନିଶାନ୍ତ ଡାଗା, କଳାହାଣ୍ଡି ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ ମଞ୍ଚାସୀନ ଥିଲେ l

ଏହି ପରିପ୍ରେକ୍ଷୀରେ ନଗରପାଳ ସୋନିଆ ଜୈନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲାବେଳେ ମିଳିତ ପ୍ରରେଡରେ ଭାଗ ନେଇ ନଗରବସୀନଙ୍କ ପାଇଁ ନିଜ ଭାଷଣରେ ନାଗରିକ ମାନଙ୍କୁ ଆବଶ୍ୟକତା ଅନୁସାରେ ବିକାଶର ଧାରା ନିଜେ ପ୍ରସ୍ତୁତ କରିବା ସହ ସହରର ଉନ୍ନୟନ କାର୍ଯ୍ୟ ପାଇଁ ଆମେ ନିଷ୍ପତି ନେଇପାରିବା ବୋଲି ନିଜ ମତ ରଖିଥିଲେ l ପରେ ଗ୍ରୁପ ପରେଡରେ ଭାଗ ନେଇଥିବା ଭିଭିନ୍ନ ସ୍କୁଲ୍ରର ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ପ୍ରଥମ ସ୍ଥାନରେ ନବ ଜ୍ୟୋତି ବିଦ୍ୟାଳୟ ଅକ୍ତିଆର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଜ୍ଞାନ ଜ୍ୟୋତି ବିଦ୍ୟାଳୟ ଅକ୍ତିଆର କରିଥିଲା ତୃତୀୟ ସ୍ଥାନରେ ମୋଙ୍ଗରାପାଲି ପ୍ରାଥମିକ ବିଦ୍ୟାଳୟ ଅକ୍ତିଆର କରିଥିଲାବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରାଦନ କରାଯାଇଥିଲା l ପରେ ରଙ୍ଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅଵସରରରେ ନଗରର ଅନେକ ଗଣମାନ୍ୟ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକ ତଥା ଏନଏସିର ସମସ୍ଥ କର୍ମଚାରୀ ଉପସ୍ଥିତଲେ l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ