ଖରିଆର ରୋଡ ପୌର ପରିଷଦ ପରିସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଅନୁଷ୍ଠିତ l

Nov 16, 2023 - 11:53
 0  37
ଖରିଆର ରୋଡ ପୌର ପରିଷଦ ପରିସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର  କାର୍ଯ୍ୟାଦେଶ ବଣ୍ଟନ ଅନୁଷ୍ଠିତ  l

ନୂଆପଡା : ଖରିଆର ରୋଡ ପୌର ପରିଷଦ ପରିସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଖରିଆର ରୋଡ ନଗରପାଳ ଡ଼. ସୋନିୟା ଜୈନ, ଉପନଗରପାଳ ବଣ୍ଟି ଡାଗା, ପୌର ପରିଷଦର କାର୍ଯ୍ୟନିର୍ବlହୀ ଅଧିକାରୀ କମଲାସନ ରଥ, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ନଗର ବିଜେଡି ସଭାପତି ଶେଖର ଜୈନ, ପାର୍ଷଦ ସନ୍ଦୀପ ଶର୍ମା, ପାର୍ଷଦ ମୋହନ ଚେଲକ ମଂଚାସୀନ ଥିଲେ l ଉକ୍ତ ଅବସରରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଗତ ଭାଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆସିଥିବା ମଞ୍ଚାସିନ ବ୍ୟକ୍ତିମାନେ ହିତାଧିକାରୀ ମାନଙ୍କୁ ଶୀଘ୍ର ଚାରି ମାସରେ ଘର କଲେ ସରକାରଙ୍କ ଠାରୁ କୋଡିଏ ହଜାର ଟଙ୍କା ବୋନସ ପାଇବେ ଏବଂ ଛ ମାସରେ ଘର କଲେ ଦଶ ହଜାର ଟଙ୍କାର ବୋନସ ପାଇବେବୋଲି ମଞ୍ଚାସୀନ ବ୍ୟକ୍ତି ମାନେ ନିଜ ମତ ରଖିଥିଲେ ପରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିବା ବ୍ୟକ୍ତି ମାନଙ୍କୁ ଆବାସ ଗୃହର କାର୍ଯ୍ୟଦେଶ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସହରରର ମହିଳା ଏବଂ ପୁରୁଷ ଯୋଗଦେଇଥିବେଳେ ପୌର ପରିଷଦର ସମସ୍ଥ କର୍ମଚାରୀ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ